ମଣିପୁର ହିଂସା, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୯ ବିଜେପି ବିଧାୟକ
ଇମ୍ଫାଲ : ହିଂସା ପ୍ରବଣ ମଣିପୁରର ୯ ବିଜେପି ବିଧାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏନ୍ ବୀରେନ ସିଂହ ସରକାରରୁ ଲୋକମାନଙ୍କର ସମ୍ପୂର୍ଣ୍ଣ ଭରସା ତୁଟି ସାରିଛି ବୋଲି ସେମାନେ ଚିଠିରେ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏକ ୫ ସୂତ୍ରୀ ସ୍ମାରକପତ୍ର ଦେଇ ବିଧାୟକମାନେ କହିଛନ୍ତି, ପ୍ରଶାସନ ଏବଂ ସରକାର ଉପରେ ଲୋକଙ୍କର ଟିିକେ ବି ଭରସା ନାହିଁ। କରମ ଶ୍ୟାମ ସିଂହ, ଥୋକଚମ ରାଧେଶ୍ୟାମ ସିଂହ, ନିଶିକାନ୍ତ ସିଂହ ସପମ, ଖ୍ବାଇରକପମ ରଘୁମଣି […]
ଇମ୍ଫାଲ : ହିଂସା ପ୍ରବଣ ମଣିପୁରର ୯ ବିଜେପି ବିଧାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏନ୍ ବୀରେନ ସିଂହ ସରକାରରୁ ଲୋକମାନଙ୍କର ସମ୍ପୂର୍ଣ୍ଣ ଭରସା ତୁଟି ସାରିଛି ବୋଲି ସେମାନେ ଚିଠିରେ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏକ ୫ ସୂତ୍ରୀ ସ୍ମାରକପତ୍ର ଦେଇ ବିଧାୟକମାନେ କହିଛନ୍ତି, ପ୍ରଶାସନ ଏବଂ ସରକାର ଉପରେ ଲୋକଙ୍କର ଟିିକେ ବି ଭରସା ନାହିଁ। କରମ ଶ୍ୟାମ ସିଂହ, ଥୋକଚମ ରାଧେଶ୍ୟାମ ସିଂହ, ନିଶିକାନ୍ତ ସିଂହ ସପମ, ଖ୍ବାଇରକପମ ରଘୁମଣି ସିଂହ, ଏସ୍ ବ୍ରୋଜେନ ସିଂହ, ଟି ରବିନ୍ଦ୍ର ସିଂହ, ଏସ ରାଜେନ ସିଂହ, ଏସ୍ କେବି ଦେବୀ, ୱାଇ ରାଧେଶ୍ୟାମ ଏହି ଚିଠିରେ ସ୍ବାକ୍ଷର କରିଛନ୍ତି। ସେମାନେ ସମସ୍ତେ ମୈତେଇ ସମ୍ପ୍ରଦାୟର।




