ମଣିପୁର ହିଂସା ପାଇଁ ସହାୟତା ଦେବାକୁ ପ୍ରସ୍ତାବ ଦେଲା ଆମେରିକା

ନୂଆଦିଲ୍ଲୀ: ମଣିପୁରରେ ଦୁଇ ମାସ ହେଲା ଲାଗି ରହିଥିବା ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହିଂସା ରୋକିବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଶାନ୍ତି ଫେରାଇବାପାଇଁ ଅନେକ ପଦକ୍ଷେପ ଗ୍ରହଣ ହୋଇଛି। ଇତିମଧ୍ୟରେ ମଣିପୁର ହିଂସାକୁ ନେଇ ଆମେରିକା ମଧ୍ୟ ଚିନ୍ତା ପ୍ରକଟ କରିଛି ଏବଂ ହିଂସା ନିୟନ୍ତ୍ରଣ ପାଇଁ ଆମେରିକା ସହାୟତାର ହାତ ବଢ଼ାଇବାକୁ ପ୍ରସ୍ତୁତ ବୋଲି ଭାରତରେ ଅବସ୍ଥାପିତ […]

Samaya Live Picture
Published On

ନୂଆଦିଲ୍ଲୀ: ମଣିପୁରରେ ଦୁଇ ମାସ ହେଲା ଲାଗି ରହିଥିବା ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହିଂସା ରୋକିବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଶାନ୍ତି ଫେରାଇବାପାଇଁ ଅନେକ ପଦକ୍ଷେପ ଗ୍ରହଣ ହୋଇଛି। ଇତିମଧ୍ୟରେ ମଣିପୁର ହିଂସାକୁ ନେଇ ଆମେରିକା ମଧ୍ୟ ଚିନ୍ତା ପ୍ରକଟ କରିଛି ଏବଂ ହିଂସା ନିୟନ୍ତ୍ରଣ ପାଇଁ ଆମେରିକା ସହାୟତାର ହାତ ବଢ଼ାଇବାକୁ ପ୍ରସ୍ତୁତ ବୋଲି ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ୍‌ ଗାର୍‌ସେଟି କହିଛନ୍ତି। ମଣିପୁରରେ ହିଂସା ରୋକିବା ପାଇଁ ଭାରତ ସହାୟତା ମାଗିଲେ ଆମେ ସାହାଯ୍ୟ ପାଇଁ ତତ୍କାଳ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି। ତେବେ ଆମେରିକା ରାଷ୍ଟ୍ରଦୂତଙ୍କ ଏଭଳି ବୟାନକୁ କଂଗ୍ରେସ ସମାଲୋଚନା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ମଣିପୁର ଗସ୍ତରେ ଯିବା ଉଚିତ ବୋଲି କଂଗ୍ରେସ ନେତା ମନିଷ ତିୱାରୀ କହିଛନ୍ତି। ଆଗାମୀ ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗ ଆମେ ଜୋର୍‌ଦାର ଭାବେ ଉଠାଇବୁ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ରାଷ୍ଟ୍ରଦୂତମାନେ ଏଭଳି ବୟାନ ଦିଅନ୍ତି ନାହିଁ। ଭାରତ ନିଜର ସୀମାନ୍ତ ରାଜ୍ୟରେ ସ୍ଥିତି ସ୍ବାଭାବିକ କରିବା ପାଇଁ ସବୁ ପ୍ରୟାସ ଜାରି ରଖିଛି ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ କହିଛନ୍ତି।

Tags: