ମଣିପୁର ହିଂସା ପାଇଁ ମିଆଁମାର ଶରଣାର୍ଥୀଙ୍କ ବାୟୋମେଟ୍ରିକ ସଂଗ୍ରହ ହେବ

ନୂଆଦିଲ୍ଲୀ: ମିଆଁମାରରୁ ବେଆଇନ ଭାବେ ଭାରତକୁ ପ୍ରବେଶ କରିଥିବା ସମସ୍ତ ଶରଣାର୍ଥୀଙ୍କର ବାୟୋମେଟ୍ରିକ୍ସ ସଂଗ୍ରହ କରାଯିବ। ସରକାର ସମସ୍ତ ଆପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ‘ନେଗେଟିଭ ବାୟୋମେଟ୍ରିକ୍‌ ଲିଷ୍ଟ୍‌’ରେ ରଖିବେ। ଖାଲି ଏତିକି ନୁହେଁ ଭାରତ-ମିଆଁମାର ସୀମା ବାଡ଼ ନିର୍ମାଣ ପାଇଁ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହୋଇଛି। ଏଯାବତ ମଣିପୁର-ମିଜୋରାମ ସୀମାରେ ୧୦ କିମି ପର୍ଯ୍ୟନ୍ତ ତାରବାଡ଼ ଦିଆଯାଇଛି। ଯେଉଁ ସଂସ୍ଥାକୁ ଏହି କାମ ଦିଆଯାଇଛି ସେମାନେ ତୁରନ୍ତ କାର୍ଯ୍ୟ ଶେଷ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। […]

Samaya Live Picture
Published On

ନୂଆଦିଲ୍ଲୀ: ମିଆଁମାରରୁ ବେଆଇନ ଭାବେ ଭାରତକୁ ପ୍ରବେଶ କରିଥିବା ସମସ୍ତ ଶରଣାର୍ଥୀଙ୍କର ବାୟୋମେଟ୍ରିକ୍ସ ସଂଗ୍ରହ କରାଯିବ। ସରକାର ସମସ୍ତ ଆପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ‘ନେଗେଟିଭ ବାୟୋମେଟ୍ରିକ୍‌ ଲିଷ୍ଟ୍‌’ରେ ରଖିବେ। ଖାଲି ଏତିକି ନୁହେଁ ଭାରତ-ମିଆଁମାର ସୀମା ବାଡ଼ ନିର୍ମାଣ ପାଇଁ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହୋଇଛି। ଏଯାବତ ମଣିପୁର-ମିଜୋରାମ ସୀମାରେ ୧୦ କିମି ପର୍ଯ୍ୟନ୍ତ ତାରବାଡ଼ ଦିଆଯାଇଛି। ଯେଉଁ ସଂସ୍ଥାକୁ ଏହି କାମ ଦିଆଯାଇଛି ସେମାନେ ତୁରନ୍ତ କାର୍ଯ୍ୟ ଶେଷ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ମଣିପୁରରେ ହିଂସା ଜାରି ରହିଥିବା ବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଆରମ୍ଭ ହୋଇଛି। ମୈତେୟୀ ସମ୍ପ୍ରଦାୟ ପକ୍ଷରୁ ଦାବି ହୋଇଛି ଯେ କୁକି ସମ୍ପ୍ରଦାୟ ସଦସ୍ୟମାନେ ମିଆଁମାର ସୀମାରୁ ବେଆଇନ ଭାବେ ମଣିପୁରକୁ ପ୍ରବେଶ କରିଛନ୍ତି ଏବଂ ମଣିପୁରର ଜଙ୍ଗଲ ଜମିକୁ ଅକ୍ତିଆର କରି ନେଇଛନ୍ତି। ଅନ୍ୟପକ୍ଷେ କୁକି ନାଗରିକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ ନାଗରିକତାର ପ୍ରମାଣ ରହିଛି ବୋଲି ସେମାନେ କହିଛନ୍ତି।

Tags: