ମଣିପୁର ହିଂସା ନେଇ କେନ୍ଦ୍ର ଉପରେ ବର୍ଷିଲେ କେରଳ ଆର୍କବିଶପ
ତିରୁଅନନ୍ତପୁରମ: ମଣିପୁରରେ ମୈତେୟୀ ଏବଂ କୁକି ସଂପ୍ରଦାୟ ମଧ୍ୟରେ ଗତ ଅଢ଼େଇ ମାସରୁ ଊର୍ଦ୍ଧ୍ବ ସମୟ ଧରି ସଂଘର୍ଷ ଚାଲିଥିବାବେଳେ କେରଳ କାଥୋଲିକ୍ ବିଶପ କାଉନସିଲ (କେସିବିସି) ସଭାପତି କାର୍ଡିନାଲ ମାର ବେସଲିଓସ କ୍ଲେମିସ କେନ୍ଦ୍ର ସରକାରଙ୍କ ଉପରେ ଏନେଇ ବର୍ଷିଛନ୍ତି। ସେ କହିଛନ୍ତି, ଭାରତରୁ ‘ଖ୍ରୀଷ୍ଟିଆନିଟି’କୁ ମୂଳପୋଛ କରି ଦିଆଯାଇ ପାରିବ ବୋଲି କେହି ଚିନ୍ତା କରିବା ଉଚିତ ନୁହେଁ। ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସେ ତୁରନ୍ତ କେନ୍ଦ୍ରର ହସ୍ତକ୍ଷେପ […]
ତିରୁଅନନ୍ତପୁରମ: ମଣିପୁରରେ ମୈତେୟୀ ଏବଂ କୁକି ସଂପ୍ରଦାୟ ମଧ୍ୟରେ ଗତ ଅଢ଼େଇ ମାସରୁ ଊର୍ଦ୍ଧ୍ବ ସମୟ ଧରି ସଂଘର୍ଷ ଚାଲିଥିବାବେଳେ କେରଳ କାଥୋଲିକ୍ ବିଶପ କାଉନସିଲ (କେସିବିସି) ସଭାପତି କାର୍ଡିନାଲ ମାର ବେସଲିଓସ କ୍ଲେମିସ କେନ୍ଦ୍ର ସରକାରଙ୍କ ଉପରେ ଏନେଇ ବର୍ଷିଛନ୍ତି। ସେ କହିଛନ୍ତି, ଭାରତରୁ ‘ଖ୍ରୀଷ୍ଟିଆନିଟି’କୁ ମୂଳପୋଛ କରି ଦିଆଯାଇ ପାରିବ ବୋଲି କେହି ଚିନ୍ତା କରିବା ଉଚିତ ନୁହେଁ। ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସେ ତୁରନ୍ତ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ମୁହଁ ଖୋଲନ୍ତୁ ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ମାଥ୍ୟୁ କୁଝଲାନଦନଙ୍କ ନେତୃତ୍ବରେ ମଣିପୁର ପ୍ରସଙ୍ଗରେ ଏର୍ଣ୍ଣାକୁଲମରେ ଆୟୋଜିତ ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ କ୍ଲେମିସ ଏହା କହିଛନ୍ତି।




