ମଣିପୁର ହିଂସା ଘଟଣାର ତଦନ୍ତ ଯାଞ୍ଚ କରିବେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି : ଶାହ
ଇମ୍ଫାଲ : ମଣିପୁରରେ ହିଂସା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗୁରୁବାର ଦିନ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାପାଇଁ ଘୋଷଣା କରିଛନ୍ତି। ଇମ୍ଫାଲରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ମଣିପୁର ହିଂସା ଘଟଣାର ସ୍ବତନ୍ତ୍ର ସିବିଆଇ ଟିମ୍ ତଦନ୍ତ କରିବେ ଏବଂ ଏହି ତଦନ୍ତକୁ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଯାଞ୍ଚ କରିବେ। ମଣିପୁର ହିଂସା ପ୍ରସଙ୍ଗରେ ୬ଟି ମାମଲାର ଉଚ୍ଚ ସ୍ତରୀୟ ସିବିଆଇ ତଦନ୍ତ ହେବ। […]
ଇମ୍ଫାଲ : ମଣିପୁରରେ ହିଂସା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗୁରୁବାର ଦିନ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାପାଇଁ ଘୋଷଣା କରିଛନ୍ତି। ଇମ୍ଫାଲରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ମଣିପୁର ହିଂସା ଘଟଣାର ସ୍ବତନ୍ତ୍ର ସିବିଆଇ ଟିମ୍ ତଦନ୍ତ କରିବେ ଏବଂ ଏହି ତଦନ୍ତକୁ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଯାଞ୍ଚ କରିବେ। ମଣିପୁର ହିଂସା ପ୍ରସଙ୍ଗରେ ୬ଟି ମାମଲାର ଉଚ୍ଚ ସ୍ତରୀୟ ସିବିଆଇ ତଦନ୍ତ ହେବ। ହିଂସା ଯୋଗୁଁ ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ୍ ଓ ଥଇଥାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ହିଂସାରେ ଆହତଙ୍କୁ ଚିକିତ୍ସା ପାଇଁ ୨୦ ଡାକ୍ତର ଏବଂ ମେଡିକାଲ ବିଶେଷଜ୍ଞଙ୍କ ସହ ୮ ଟି ଟିମ୍କୁ କେନ୍ଦ୍ର ସରକାର ମଣିପୁରକୁ ପଠାଇଛନ୍ତି। ୫ଟି ଟିମ୍ ମଣିପୁରରେ ପହଞ୍ଚି ସାରିଛନ୍ତି। ରାଜ୍ୟରେ ଶାନ୍ତି ଫେରାଇ ଆଣିବାପାଇଁ ଶାହ ୯ଟି ଶାନ୍ତି ବୈଠକ କରିଛନ୍ତି। ସୁରକ୍ଷା ବାହିନୀ ଏବଂ ସରକାରୀ ଅଧିକାରୀଙ୍କ ସହ ଶାହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଶାହ ତାଙ୍କର ୪ ଦିନର ମଣିପୁର ଗସ୍ତ ଅବସରରେ ଇମ୍ଫାଲ, ମୋରେ ଏବଂ ଚୁରାଚାନ୍ଦପୁର ଯାଇଛନ୍ତି ଏବଂ ବିଭିନ୍ନ ବୈଠକ କରିଛନ୍ତି। ସେ ମଧ୍ୟ ମୈତେଇ ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।




