ମଣିପୁର ହିଂସା, କୁକି-ମୈତେୟୀ ସଂଘର୍ଷରେ ପୁଣି ଜଣଙ୍କର ମୃତ୍ୟୁ
ଇମ୍ଫାଲ: ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଶନିବାର ସକାଳେ କୁକି ଓ ମୈତେୟୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଆଜି ଭୋର ପ୍ରାୟ ସାଢ଼େ ୩ଟା ବେଳେ କାଙ୍ଗଚୁପ ଥାନା ଅନ୍ତର୍ଗତ ନଖୁଜଙ୍ଗ ଓ ସିଙ୍ଗଡ଼ା କୁକି ଗ୍ରାମର ପାହାଡ଼ ରେଞ୍ଜ ମଧ୍ୟରେ କୁକି ଓ ମୈତେୟୀ ସମ୍ପ୍ରଦାୟର ଗ୍ରାମ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।, ଭୋର ପ୍ରାୟ ୪ଟା ୨୦ ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିଲା। ଗୁଳି ବିନିମୟରେ ଇମ୍ଫାଲ ପଶ୍ଚିମ […]
ଇମ୍ଫାଲ: ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଶନିବାର ସକାଳେ କୁକି ଓ ମୈତେୟୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଆଜି ଭୋର ପ୍ରାୟ ସାଢ଼େ ୩ଟା ବେଳେ କାଙ୍ଗଚୁପ ଥାନା ଅନ୍ତର୍ଗତ ନଖୁଜଙ୍ଗ ଓ ସିଙ୍ଗଡ଼ା କୁକି ଗ୍ରାମର ପାହାଡ଼ ରେଞ୍ଜ ମଧ୍ୟରେ କୁକି ଓ ମୈତେୟୀ ସମ୍ପ୍ରଦାୟର ଗ୍ରାମ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।, ଭୋର ପ୍ରାୟ ୪ଟା ୨୦ ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିଲା। ଗୁଳି ବିନିମୟରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ନିଙ୍ଗୋମ୍ବାମ ଜେମ୍ସ (୩୨) ନାମକ ଜଣେ ମୈତେୟୀ ଯୁବକ ଆହତ ହୋଇଥିବା ପୁଲିସ କହିଛି। ତାଙ୍କୁ ଇମ୍ଫାଲସ୍ଥିତ ଜବାହରଲାଲ ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଜେଏନ୍ଆଇଏମ୍ଏସ୍)କୁ ସ୍ଥାନାନ୍ତର କରାଯାଇଥିଲା। କାଙ୍ଗପୋକପିରେ ସକ୍ରିୟ ଥିବା କୁକି ସଂଗଠନ ‘କମିଟି ଅନ୍ ଟ୍ରାଇବାଲ୍ ୟୁନିଟି’ (କୋଟୁ) ଦାବି କରିଛି ଯେ ମୈତେୟୀ ଯୁବକମାନେ କୁକି ଗାଁ ନିକଟରେ ଥିବା ଜଙ୍ଗଲରେ ଜାଳେଣି କାଠ କାଟିବା ପରେ ଜଙ୍ଗଲ ଜମିର ସୁରକ୍ଷାକୁ ନେଇ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଇମ୍ଫାଲ ପଶ୍ଚିମର ଗ୍ରାମବାସୀମାନେ ଏହି ହତ୍ୟାକାଣ୍ଡକୁ ବିରୋଧ କରିଛନ୍ତି।




