ମଣିପୁର ହିଂସାରେ ପୁଣି ୩ ଜଣଙ୍କ ମୃତ୍ୟୁୃ ,ହିଂସା ପଛର ଷଡ଼ଯନ୍ତ୍ର ଖୋଜୁଛି ସିବିଆଇ
ଇମ୍ଫାଲ: ମଣିପୁର ହିଂସା ଥମିବାର ନାଁ ନେଉନି। କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଗତମାସରୁ ଆ ରମ୍ଭ ହୋଇଥିବା ହିଂସା ଦିନକୁ ଦିନ ଅଧିକ ହିଂସ୍ର ରୂପ ନେଉଛି। ହିଂସା ଯୋଗୁଁ ମଣିପୁରରେ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ୧୦୫ ଜଣ ଲୋକଙ୍କର ମୃତ୍ୟୁ ହେଲାଣି ଏବଂ ୪୦ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ହିଂସାପ୍ରବଣ ମଣିପୁରର ଏକ କୁକି ଆଦିବାସୀ ବହୁଳ ଗାଁରେ ଶୁକ୍ରବାର ଦିନ ସଦ୍ୟ […]
ଇମ୍ଫାଲ: ମଣିପୁର ହିଂସା ଥମିବାର ନାଁ ନେଉନି। କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଗତମାସରୁ ଆ ରମ୍ଭ ହୋଇଥିବା ହିଂସା ଦିନକୁ ଦିନ ଅଧିକ ହିଂସ୍ର ରୂପ ନେଉଛି। ହିଂସା ଯୋଗୁଁ ମଣିପୁରରେ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ୧୦୫ ଜଣ ଲୋକଙ୍କର ମୃତ୍ୟୁ ହେଲାଣି ଏବଂ ୪୦ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ହିଂସାପ୍ରବଣ ମଣିପୁରର ଏକ କୁକି ଆଦିବାସୀ ବହୁଳ ଗାଁରେ ଶୁକ୍ରବାର ଦିନ ସଦ୍ୟ ହିଂସା ଉପୁଜି ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ୨ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ୨ ଜଣ ଆକ୍ରମଣକାରୀ ଜଣେ ବିଜେପି ବିଧାୟକ ଏସ୍ କେବିଙ୍କ ବାସଭବନ ଉପରକୁ ଗ୍ରେନେଡ୍ ମାଡ଼ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ମଣିପୁର ହିଂସା ଘଟଣାରେ ୬ଟି ଏତଲା ରୁଜୁ କରିଛି ଏବଂ ମାମଲାର ତଦନ୍ତ ପାଇଁ ଏକ ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରିଛି। ମଣିପୁର ହିଂସା ପଛରେ କିଛି ଷଡ଼ଯନ୍ତ୍ର ଥିବା ଅଭିଯୋଗ ସହ ମୋଟ୍ ୬ଟି ମାମଲାର ସିବିଆଇ ତଦନ୍ତ କରିବ। ଏହି ୬ଟି ମାମଲାରେ ସିବିଆଇ ଏତଲା ରୁଜୁ କରିଛି। ଉଲ୍ଲେଖଯୋଗ୍ୟ, ଗତ ମାସରେ ମଣିପୁରରେ ହିଂସା ହେବା ପରଠାରୁ ଏଯାବତ ୩୭୦୦ରୁ ଅଧିକ ଏତଲା ରୁଜୁ ହୋଇଛି। ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ସର୍ବାଧିକ ମାମଲା ରୁଜୁ ହୋଇଛି। ମଣିପୁରରେ ଶାନ୍ତି ଫେରାଇ ଆଣିବାପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରହିଛି।




