ମଣିପୁର ସେରୋଉରେ ସୁରକ୍ଷାକର୍ମୀ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ବିଏସଏଫ ଯବାନ ସହିଦ

ଇମ୍ଫାଲ : ଗତକାଲି ମଧ୍ୟରାତ୍ରୀରେ ମଣିପୁରର ସେରୋଉରେ ସୁରକ୍ଷାକର୍ମୀ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ‌ହୋଇ ଜଣେ ବିଏସଏଫ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଆସାମ ରାଇଫଲ୍ସର ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ମନ୍ତ୍ରିପୁଖରିକୁ ଏୟାରଲିଫ୍ଟ କରାଯାଇଛି। ଉଲ୍ଲେଖ‌ଯୋଗ୍ୟ ଯେ ମଣିପୁରର ସୁଗନୁ ଏବଂ ସେରୋଉ‌ ଅଞ୍ଚଳରେ ଆସାମ ରାଇଫଲ୍ସ, ବିଏସଏଫ ଏବଂ ପୁଲିସ ଦ୍ବାରା ଅପରେସନ ଜାରି ରହିଛି। ଉଗ୍ରପନ୍ଥୀଙ୍କୁ ହଟାଇବାପାଇଁ ଜାରି ରହିଥିବା ଅପରେସନ ଗତକାଲି ରାତିରେ ଜୋରଦାର ହୋଇଥିଲା। […]

Samaya Live Picture
Published On

ଇମ୍ଫାଲ : ଗତକାଲି ମଧ୍ୟରାତ୍ରୀରେ ମଣିପୁରର ସେରୋଉରେ ସୁରକ୍ଷାକର୍ମୀ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ‌ହୋଇ ଜଣେ ବିଏସଏଫ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଆସାମ ରାଇଫଲ୍ସର ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ମନ୍ତ୍ରିପୁଖରିକୁ ଏୟାରଲିଫ୍ଟ କରାଯାଇଛି। ଉଲ୍ଲେଖ‌ଯୋଗ୍ୟ ଯେ ମଣିପୁରର ସୁଗନୁ ଏବଂ ସେରୋଉ‌ ଅଞ୍ଚଳରେ ଆସାମ ରାଇଫଲ୍ସ, ବିଏସଏଫ ଏବଂ ପୁଲିସ ଦ୍ବାରା ଅପରେସନ ଜାରି ରହିଛି। ଉଗ୍ରପନ୍ଥୀଙ୍କୁ ହଟାଇବାପାଇଁ ଜାରି ରହିଥିବା ଅପରେସନ ଗତକାଲି ରାତିରେ ଜୋରଦାର ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ନିକଟରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪୦ ଉଗ୍ରପନ୍ଥୀ ନିପାତ ହୋଇଥିଲେ।

Tags: