ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନ୍‌ପିପି

ଇମ୍ଫାଲ୍‌ : ମଣିପୁରରେ ହିଂସା ଭୟଙ୍କର ରୂପ ନେଇଛି। କୁକି ଉଗ୍ରପନ୍ଥୀ ବ୍ୟାପକ ଜନଜୀବନ କ୍ଷୟକ୍ଷତି ଘଟାଇଛନ୍ତି। ପରିସ୍ଥିତି ସୁଧୁରିବା ବଦଳରେ ଅଧିକ ବିଗିଡ଼ି ଯାଇଥିବାରୁ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖି ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି ଏନପିପି। ମଣିପୁରରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଛି […]

Samaya Live Picture
Published On

ଇମ୍ଫାଲ୍‌ : ମଣିପୁରରେ ହିଂସା ଭୟଙ୍କର ରୂପ ନେଇଛି। କୁକି ଉଗ୍ରପନ୍ଥୀ ବ୍ୟାପକ ଜନଜୀବନ କ୍ଷୟକ୍ଷତି ଘଟାଇଛନ୍ତି। ପରିସ୍ଥିତି ସୁଧୁରିବା ବଦଳରେ ଅଧିକ ବିଗିଡ଼ି ଯାଇଥିବାରୁ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖି ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି ଏନପିପି। ମଣିପୁରରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଛି ବୋଲି ଏନସିପି ଅଭିଯୋଗ କରିଛି। ମଣିପୁରର ସାମ୍ପ୍ରତିକ ସ୍ଥିତି ସଂକ୍ରାନ୍ତରେ ନ୍ୟାସନାଲ ପିପୁଲ୍ସ ପାର୍ଟି ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖାଯାଇଛି। ଏଥିରେ ଲେଖାଯାଇଛି ଯେ, ରାଜ୍ୟରେ ବର୍ତ୍ତମାନର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଦଳ ଗଭୀର ଚିନ୍ତା ପ୍ରକଟ କରୁଛି। ଗତ କିଛିଦିନ ମଧ୍ୟରେ ଆମେ ଦେଖୁଛୁ ଯେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଅନେକ ନିରୀହ ଲୋକ ପ୍ରାଣ ହରାଉଛନ୍ତି। ରାଜ୍ୟର ଲୋକମାନେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି। ଆମେ ଅନୁଭବ କରୁଛୁ ଯେ ମୁଖ୍ୟମନ୍ତ୍ରୀ ବୀରେନଙ୍କ ନେତୃତ୍ୱରେ ମଣିପୁର ରାଜ୍ୟ ସରକାର ସଙ୍କଟର ସମାଧାନ ତଥା ସ୍ୱାଭାବିକତା ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟାସନାଲ ପିପୁଲ୍ସ ପାର୍ଟି ମଣିପୁରରେ ବୀରେନ ସିଂହ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

Tags: