ମଣିପୁର ମୁଖ୍ୟମନ୍ତ୍ରୀଙ୍କ କନଭୟ ଉପରେ ଆକ୍ରମଣ, ଜଣେ ସୁରକ୍ଷାକର୍ମୀ ଆହତ

ନୂଆଦିଲ୍ଲୀ : ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ କନଭୟ ଉପରେ ଆଜି ଆକ୍ରମଣ ହୋଇଛି। କିଛି ଅସ୍ତ୍ରଧରୀ ଉଗ୍ରପନ୍ଥୀ ଆଜି କାଙ୍ଗପୋକପି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କନଭୟ ଉପରେ ଆକ୍ରମଣ କରିଛନ୍ତି। ଉକ୍ତ ଘଟଣାରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଏହି କନଭୟଟି ଇମ୍ଫାଲରୁ ଜିରିବାମ ଜିଲ୍ଲାକୁ ଯାଉଥିବାବେଳେ ଜାତୀୟ ରାଜପଥ-୩୭ ନିକଟରେ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ କନଭୟ ଉପରେ ଆକ୍ରମଣ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଆଜି ସକାଳେ ଜିରିବାମ […]

Samaya Live Picture
Published On

ନୂଆଦିଲ୍ଲୀ : ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ କନଭୟ ଉପରେ ଆଜି ଆକ୍ରମଣ ହୋଇଛି। କିଛି ଅସ୍ତ୍ରଧରୀ ଉଗ୍ରପନ୍ଥୀ ଆଜି କାଙ୍ଗପୋକପି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କନଭୟ ଉପରେ ଆକ୍ରମଣ କରିଛନ୍ତି। ଉକ୍ତ ଘଟଣାରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଏହି କନଭୟଟି ଇମ୍ଫାଲରୁ ଜିରିବାମ ଜିଲ୍ଲାକୁ ଯାଉଥିବାବେଳେ ଜାତୀୟ ରାଜପଥ-୩୭ ନିକଟରେ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ କନଭୟ ଉପରେ ଆକ୍ରମଣ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଆଜି ସକାଳେ ଜିରିବାମ ଯିବାପାଇଁ ଯୋଜନା କରିଥିଲେ। ଗତ ଜୁନ୍ ୬ ତାରିଖରେ ଏଠାରେ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ମୁଣ୍ଡ କାଟି ମାରି ଦେଇଥିଲେ। ଊକ୍ତ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ଏଠାରେ ୭୦ଟି ଘର ଏବଂ ସରକାରୀ ଅଫିସ ଜାଳି ଦିଆଯାଇଥିଲା। ଶତାଧିକ ଲୋକ ଅଞ୍ଚଳ ଛାଡ଼ି ପଳାଇଛନ୍ତି। ଉକ୍ତ ଘଟଣାପରେ ମୁଖ୍ୟମନ୍ତ୍ରୀ ଆଜି ଏହି ଅଞ୍ଚଳ ଯିବାପାଇଁ ଯୋଜନା କରିଥିଲେ।

Tags: