ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ‘ଶତାଧିକ ଘଟଣା ଘଟିଛି’
ଇମ୍ଫାଲ: ମଣିପୁର ଘଟଣାରେ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ ଏକ ଟିପ୍ପଣୀ ବଡ଼ ବିବାଦ ସୃଷ୍ଟି କରିଛି।ମୁଖ୍ୟମନ୍ତ୍ରୀ ‘ଇଣ୍ଡିଆ ଟୁଡେ’କୁ ଟେଲିଫୋନ୍ ମାଧ୍ୟମରେ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, ଏମିତି ୧୦୦ ଘଟଣା ଘଟୁଛି। ସେଥିପାଇଁ ଆମେ ରାଜ୍ୟରେ ଇଣ୍ଟରନେଟ୍ ବନ୍ଦ କରିଥିଲୁ। ରାଜ୍ୟ ସରକାର କିଭଳି ଏହି ଘଟଣା ସଂକ୍ରାନ୍ତରେ ଜାଣିପାରିଲେନି ବୋଲି ପ୍ରଶ୍ନ କରିବାରୁ ମୁଖ୍ୟମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ ରାଜ୍ୟରେ ଏଭଳି ଶହେ ଘଟଣା ଘଟୁଛି। ତେବେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଏହି […]
ଇମ୍ଫାଲ: ମଣିପୁର ଘଟଣାରେ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ ଏକ ଟିପ୍ପଣୀ ବଡ଼ ବିବାଦ ସୃଷ୍ଟି କରିଛି।ମୁଖ୍ୟମନ୍ତ୍ରୀ ‘ଇଣ୍ଡିଆ ଟୁଡେ’କୁ ଟେଲିଫୋନ୍ ମାଧ୍ୟମରେ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, ଏମିତି ୧୦୦ ଘଟଣା ଘଟୁଛି। ସେଥିପାଇଁ ଆମେ ରାଜ୍ୟରେ ଇଣ୍ଟରନେଟ୍ ବନ୍ଦ କରିଥିଲୁ। ରାଜ୍ୟ ସରକାର କିଭଳି ଏହି ଘଟଣା ସଂକ୍ରାନ୍ତରେ ଜାଣିପାରିଲେନି ବୋଲି ପ୍ରଶ୍ନ କରିବାରୁ ମୁଖ୍ୟମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ ରାଜ୍ୟରେ ଏଭଳି ଶହେ ଘଟଣା ଘଟୁଛି। ତେବେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ବିବାଦ ସୃଷ୍ଟି କରିଛି। ତାଙ୍କୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିବା ସହ ଇସ୍ତଫା ଦାବି କରିଛନ୍ତି। ଇତିମଧ୍ୟରେ କଂଗ୍ରେସ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ ଇସ୍ତଫା ଦାବି କରିଛି ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିଛି। ଏନଏଚଆରସି (ଜାତୀୟ ମାନବାଧିକାର କମିସନ୍) ଆଜି ମଣିପୁର ସରକାରଙ୍କୁ ଏହି ଘଟଣାରେ ନୋଟିସ୍ ଜାରି କରିଛି। ମଣିପୁର ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ ନୋଟିସ କରି ଏନଏଚଆରସି ଉକ୍ତ ପ୍ରସଙ୍ଗରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଛନ୍ତି।




