ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳରେ ନିଆଁ ଲଗାଇ ଦେଲେ ବିଶୃଙ୍ଖଳ ଜନତା

ନୂଆଦିଲ୍ଲୀ : ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ କାର୍ଯ୍ୟକ୍ରମ ସ୍ଥଳ‌ରେ ଆଜି କିଛି ବିଶୃଙ୍ଖଳ ଜନତା ନିଆଁ ଲଗାଇ ଦେଇଛନ୍ତି। ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କର ଏକ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ କିଛି ବିଶୃଙ୍ଖଳ ଜନତା ସେଠାରେ ନିଆଁ ଲଗାଇ ଦେଇଥିଲେ। ଏକ ଆଦିବାସୀ ମଞ୍ଚ ଦ୍ବାରା ଏହି ହିଂସା ହୋଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଆଜି ଚୁରାଚାନ୍ଦପୁରରେ […]

Samaya Live Picture
Published On

ନୂଆଦିଲ୍ଲୀ : ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ କାର୍ଯ୍ୟକ୍ରମ ସ୍ଥଳ‌ରେ ଆଜି କିଛି ବିଶୃଙ୍ଖଳ ଜନତା ନିଆଁ ଲଗାଇ ଦେଇଛନ୍ତି। ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କର ଏକ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ କିଛି ବିଶୃଙ୍ଖଳ ଜନତା ସେଠାରେ ନିଆଁ ଲଗାଇ ଦେଇଥିଲେ। ଏକ ଆଦିବାସୀ ମଞ୍ଚ ଦ୍ବାରା ଏହି ହିଂସା ହୋଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଆଜି ଚୁରାଚାନ୍ଦପୁରରେ ଏକ ଜିମ୍‌ କମ୍‌ ସ୍ପୋର୍ଟ୍ସନ ଫ୍ୟାସିଲିଟି ଉଦ୍‌ଘାଟନ କରିବାର ଥିଲା। କିନ୍ତୁ କାର୍ଯ୍ୟକ୍ରମର ମାତ୍ର କିଛି ସମୟ ପୂର୍ବରୁ ବିଶୃଙ୍ଖଳ ଜନତାମାନେ ହିଂସା ଘଟାଇଛନ୍ତି। ଇଣ୍ଡିଜେନିୟସ ଟ୍ରାଇବାଲ ଲିଡର୍ସ ଫୋରମ ନେତୃତ୍ବରେ ବିଶୃଙ୍ଖଳ ଜନତାମାନେ ଏହି ହିଂସା ଘଟାଇଥିବା କୁହାଯାଉଛି। ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ସଂରକ୍ଷିତ ଏବଂ ସୁରକ୍ଷିତ ଜଙ୍ଗଲ ସଂରକ୍ଷଣ ସର୍ଭେକୁ ଏହି ମଞ୍ଚ ବିରୋଧ କରୁଛି। ହିଂସା ପରେ ଚୁରାଚାନ୍ଦପୁରରେ ୧୪୪ ଜାରି ହୋଇଛି ଏବଂ ଇଣ୍ଟ‌ରନେଟ୍‌ ସେବା ବନ୍ଦ ରହିଛି। ବିଶୃଙ୍ଖଳ ଜନତା ନୂଆକରି ନିର୍ମାଣ ହୋଇଥିବା ଜିମ୍‌ରେ ସ୍ପୋର୍ଟସ ଉପକରଣରେ ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଏବଂ ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରି୍‌ଥିଲା କିନ୍ତୁ ସେତେବେ‌ଳକୁ ବିଶୃଙ୍ଖଳ ଜନତା କାର୍ଯ୍ୟକ୍ରମ ସ୍ଥଳରେ ନିଆଁ ଲଗାଇ ଦେଇଥିଲେ।

Tags: