ମଣିପୁର ମହିଳାଙ୍କୁ ଉଲଗ୍ନ କରିଥିବା ବ୍ୟକ୍ତିଙ୍କ ଘର ଜାଳି‌ଦେଲେ

ଇମ୍ଫାଲ : ମଣିପୁର ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ସବୁଠି ଏବେ ମଣିପୁର ତାତି । ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି। ଇତି ମଧ୍ୟରେ କିଛି ଦୁର୍ବୃତ୍ତ ଗୁରୁବାର ଦିନ ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ଘରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ମାମଲାରେ ମୋଟ୍‌ ୪ ଜଣ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତର ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ସେମାନେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ […]

Samaya Live Picture
Published On

ଇମ୍ଫାଲ : ମଣିପୁର ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ସବୁଠି ଏବେ ମଣିପୁର ତାତି । ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି। ଇତି ମଧ୍ୟରେ କିଛି ଦୁର୍ବୃତ୍ତ ଗୁରୁବାର ଦିନ ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ଘରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ମାମଲାରେ ମୋଟ୍‌ ୪ ଜଣ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତର ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ସେମାନେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଣିପୁର ପୁଲିସ ଉକ୍ତ ଘଟଣାରେ ଅପହରଣ, ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁ କରିଛି। ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ କହିଛନ୍ତି, ମାମଲାରେ ବିସ୍ତୃତ ତଦନ୍ତ ଜାରି ରହିଛି। ଦୋଷୀକୁ ମୃତ୍ୟୁଦଣ୍ଡ ଦେବାନେଇ ବିଚାର କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରଠାରୁ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଲି ଏବଂ ଅନେକ ‌ଲୋକ ଆହତ ହୋଇଛନ୍ତି।

Tags: