ମଣିପୁର ମନ୍ତ୍ରୀ କାଶିମଙ୍କ ବାସଭବନ ଉପରେ ଗ୍ରେନେଡ୍ ଆକ୍ରମଣ

ଇମ୍ଫାଲ : ଉଖରୁଲ ଜିଲ୍ଲାରେ ଥିବା ମଣିପୁର ମନ୍ତ୍ରୀ କାଶିମ ୱାଶିମଙ୍କ ବାସଭବନ ଉପରକୁ ସନ୍ଦିଗ୍ଧ ଦୁର୍ବୃର୍ତ୍ତମାନେ ଗ୍ରେନେଡ ମାଡ଼ କରିବା ଫଳରେ ତାଙ୍କ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଛି। ସୋମବାର ପୁଲିସ ଏହି ସୂଚନା ଦେଇଛି। ଏହି ଘଟଣାରେ କେହି ଆହତ ହୋଇନଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗ୍ରେନେଡ୍ ବିସ୍ଫୋରଣ ସମୟରେ ସେ ଏବଂ ତାଙ୍କ ପରିବାର ସଦସ୍ୟ ଘରେ ନଥିଲେ ବୋଲି ୱାସୁମ୍ କହିଛନ୍ତି। ଗ୍ରେନେଡ ବିସ୍ଫୋରଣରେ ମନ୍ତ୍ରୀଙ୍କ ଘରର କାନ୍ଥ ଓ […]

Samaya Live Picture
Published On

ଇମ୍ଫାଲ : ଉଖରୁଲ ଜିଲ୍ଲାରେ ଥିବା ମଣିପୁର ମନ୍ତ୍ରୀ କାଶିମ ୱାଶିମଙ୍କ ବାସଭବନ ଉପରକୁ ସନ୍ଦିଗ୍ଧ ଦୁର୍ବୃର୍ତ୍ତମାନେ ଗ୍ରେନେଡ ମାଡ଼ କରିବା ଫଳରେ ତାଙ୍କ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଛି। ସୋମବାର ପୁଲିସ ଏହି ସୂଚନା ଦେଇଛି। ଏହି ଘଟଣାରେ କେହି ଆହତ ହୋଇନଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗ୍ରେନେଡ୍ ବିସ୍ଫୋରଣ ସମୟରେ ସେ ଏବଂ ତାଙ୍କ ପରିବାର ସଦସ୍ୟ ଘରେ ନଥିଲେ ବୋଲି ୱାସୁମ୍ କହିଛନ୍ତି। ଗ୍ରେନେଡ ବିସ୍ଫୋରଣରେ ମନ୍ତ୍ରୀଙ୍କ ଘରର କାନ୍ଥ ଓ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ଗ୍ରେନେଡ୍ ଆକ୍ରମଣର କିଛି ଖଣ୍ଡ ଜବତ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତଦନ୍ତ ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରିନାହାନ୍ତି। ୱାସୁମ ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)ର ସହଯୋଗୀ ଦଳ ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ)ର ବିଧାୟକ ଅଟନ୍ତି । ଅନ୍ୟପକ୍ଷରେ ଟାଙ୍ଗଖୁଲ ନାଗା ଜନଜାତି ଟାଙ୍ଗଖୁଲ ନାଗା ଲଙ୍ଗର ସର୍ବୋଚ୍ଚ ସଂଗଠନ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସକୁ ଅନୁରୋଧ କରିଛି।

Tags: