ମଣିପୁର ମନ୍ତ୍ରୀଙ୍କ ଗୋଦାମ ପୋଡ଼ିଦେଲେ ବିଶୃଙ୍ଖଳ ଜନତା, ହିଂସା ପ୍ରସଙ୍ଗରେ ଶାହଙ୍କ ସର୍ବଦଳୀୟ ବୈଠକ

ଇମ୍ଫାଲ୍‌: ମଣିପୁର ହିଂସା ଥମୁନି। ଇମ୍ଫାଲ୍‌ ଜିଲ୍ଲା ଅନ୍ତର୍ଗତ ଚିଙ୍ଗାରେଲ୍‌ରେ ମଣିପୁର ଖାଉଟି ଓ ଖାଦ୍ୟ ବ୍ୟାପାର ମନ୍ତ୍ରୀ ଏଲ୍‌. ସୁସିନ୍ଦ୍ରୋଙ୍କ ଏକ ଗୋଦାମକୁ କିଛି ବିଶୃଙ୍ଖଳ ଜନତା ପୋଡ଼ି ପକାଇଛନ୍ତି। ପୁଲିସ ଅନୁଯାୟୀ ଶୁକ୍ରବାର ରାତିରେ ପୂର୍ବ ଇମ୍ଫାଲ୍‌ ଜିଲ୍ଲାର ଖୁରାଇରେ ଥିବା ମନ୍ତ୍ରୀଙ୍କର ଆଉ ଏକ ଘରେ ମଧ୍ୟ ନିଆଁ ଲଗାଇବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଠିକ୍‌ ସମୟରେ ବିଶୃଙ୍ଖ ଜନତାଙ୍କୁ ବାଧା ଦିଆଯିବାରୁ ସେମାନେ ଘର ପୋଡ଼ିବାରେ ବିଫଳ ହୋଇଥିଲେ। ମନ୍ତ୍ରୀଙ୍କ ଘର […]

Samaya Live Picture
Published On

ଇମ୍ଫାଲ୍‌: ମଣିପୁର ହିଂସା ଥମୁନି। ଇମ୍ଫାଲ୍‌ ଜିଲ୍ଲା ଅନ୍ତର୍ଗତ ଚିଙ୍ଗାରେଲ୍‌ରେ ମଣିପୁର ଖାଉଟି ଓ ଖାଦ୍ୟ ବ୍ୟାପାର ମନ୍ତ୍ରୀ ଏଲ୍‌. ସୁସିନ୍ଦ୍ରୋଙ୍କ ଏକ ଗୋଦାମକୁ କିଛି ବିଶୃଙ୍ଖଳ ଜନତା ପୋଡ଼ି ପକାଇଛନ୍ତି। ପୁଲିସ ଅନୁଯାୟୀ ଶୁକ୍ରବାର ରାତିରେ ପୂର୍ବ ଇମ୍ଫାଲ୍‌ ଜିଲ୍ଲାର ଖୁରାଇରେ ଥିବା ମନ୍ତ୍ରୀଙ୍କର ଆଉ ଏକ ଘରେ ମଧ୍ୟ ନିଆଁ ଲଗାଇବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଠିକ୍‌ ସମୟରେ ବିଶୃଙ୍ଖ ଜନତାଙ୍କୁ ବାଧା ଦିଆଯିବାରୁ ସେମାନେ ଘର ପୋଡ଼ିବାରେ ବିଫଳ ହୋଇଥିଲେ। ମନ୍ତ୍ରୀଙ୍କ ଘର ପାଖରୁ ଉତ୍ତ୍ୟକ୍ତ ଜନତାକୁ ଘଉଡ଼ାଇବା ନିମନ୍ତେ ପୁଲିସ ବାହିନୀ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଗୁଳି ଚଳାଇବା ସହିତ ଲୁହବୁହା ଗ୍ୟାସ ସେଲ୍‌ ପ୍ରୟୋଗ କରିଥିଲା। କିନ୍ତୁ, ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଇତି ମଧ୍ୟରେ ମଣିପୁର ହିଂସା ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଏକ ସର୍ବଦଳୀୟ ବୈଠକ କରିଛନ୍ତି। ବୈଠକରେ କ’ଣ ନିଷ୍ପତ୍ତି ହୋଇଛି ତାହା ଜଣାପଡ଼ିନି। ଉଲ୍ଲେଖଯୋଗ୍ୟ ଯେ ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରଠାରୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।

Tags: