ମଣିପୁର ଭିଡିଓ ପ୍ରସଙ୍ଗରେ ମୋଦୀଙ୍କ କଡ଼ା ଆଭିମୁଖ୍ୟ

ଇମ୍ଫାଲ : ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍‌ ହେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଉକ୍ତ ଘଟଣାକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁ୍ଷ୍ଠାନ ଦାବି କରାଯାଇଛି। ମଣିପୁର ହିଂସା ପ୍ରସଙ୍ଗରେ ଦୀର୍ଘ ୨ ମାସ ଧରି ପାଟି ଖୋଲିନଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶେଷରେ ମୁହଁ ଖୋଲିଛନ୍ତି ଏବଂ ଉକ୍ତ ଭିଡିଓ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ରଖିଛନ୍ତି। […]

Samaya Live Picture
Published On

ଇମ୍ଫାଲ : ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍‌ ହେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଉକ୍ତ ଘଟଣାକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁ୍ଷ୍ଠାନ ଦାବି କରାଯାଇଛି। ମଣିପୁର ହିଂସା ପ୍ରସଙ୍ଗରେ ଦୀର୍ଘ ୨ ମାସ ଧରି ପାଟି ଖୋଲିନଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶେଷରେ ମୁହଁ ଖୋଲିଛନ୍ତି ଏବଂ ଉକ୍ତ ଭିଡିଓ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ରଖିଛନ୍ତି। ମୋଦୀ କହିଛନ୍ତି, ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ପରେଡ୍‌ କରାଇବା ଘଟଣା ୧୪୦ କୋଟି ଭାରତୀୟଙ୍କୁ ଲଜ୍ଜିତ କରିଛି। ଉକ୍ତ ଘଟଣାରେ ଦୋଷୀକୁ କେବେ ବି ଛଡ଼ାଯିବନି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ମଣିପୁର ଘଟଣା ମତେ ଖୁବ୍‌ ଯନ୍ତ୍ରଣା ଦେଇଛି। ଏହା ମାନବ ସମାଜ ପାଇଁ ଏକ ଲଜ୍ଜା। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଉଦ୍‌ବୋଧନ ଦେଇ ମୋଦୀ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ମୋଦୀ କହିଛନ୍ତି, ମଣିପୁରରେ ଝିଅମାନଙ୍କ ସହ ଯାହା ବି ହୋଇଛି ସେଥିପାଇଁ ଦୋଷୀକୁ କେବେ ବି କ୍ଷମା ମିଳିବନି। ଆଇନ ଶୃଙ୍ଖଳା ସ୍ଥିତି ସୁଦୃଢ଼ କରିବାପାଇଁ ଏବଂ ମହିଳାଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବାକୁ ମୋଦୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Tags: