ମଣିପୁର ଭାଇରାଲ ଭିଡିଓ ଘଟଣାର ତଦନ୍ତଭାର ଗ୍ରହଣ କଲା ସିବିଆଇ

ଇମ୍ଫାଲ : ମଣିପୁର ଭାଇରାଲ୍‌ ଭିଡିଓ ଘଟଣାର ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ଭାର ଗ୍ରହଣ କରିଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରା‌ଳୟର ନିର୍ଦ୍ଦେଶ କ୍ରମେ ସବିଆଇ ଆଜି ଉକ୍ତ ମାମଲାରେ ଏକ ଏତଲା ରୁଜୁ କରିଛି। ଡିଓପିଟି ( କାର୍ମିକ ଏବଂ ତାଲିମ ବିଭାଗ) ବିଜ୍ଞପ୍ତି ଜାରି ପରେ ଏହି ଏତଲା ରୁଜୁ ହୋଇଛି। ମାମଲାରେ ୭ ଜଣ ଗିରଫ ହୋଇଛନ୍ତି ଏବଂ ଯେଉଁ ମୋବାଇଲରେ ଭିଡିଓ ରେକର୍ଡ ହୋଇଥିଲା ସେହି ମୋବାଇଲ […]

Samaya Live Picture
Published On

ଇମ୍ଫାଲ : ମଣିପୁର ଭାଇରାଲ୍‌ ଭିଡିଓ ଘଟଣାର ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ଭାର ଗ୍ରହଣ କରିଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରା‌ଳୟର ନିର୍ଦ୍ଦେଶ କ୍ରମେ ସବିଆଇ ଆଜି ଉକ୍ତ ମାମଲାରେ ଏକ ଏତଲା ରୁଜୁ କରିଛି। ଡିଓପିଟି ( କାର୍ମିକ ଏବଂ ତାଲିମ ବିଭାଗ) ବିଜ୍ଞପ୍ତି ଜାରି ପରେ ଏହି ଏତଲା ରୁଜୁ ହୋଇଛି। ମାମଲାରେ ୭ ଜଣ ଗିରଫ ହୋଇଛନ୍ତି ଏବଂ ଯେଉଁ ମୋବାଇଲରେ ଭିଡିଓ ରେକର୍ଡ ହୋଇଥିଲା ସେହି ମୋବାଇଲ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ମେ’ ୪ ତାରିଖରେ ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ବୁଲାଇବାର ଭିଡିଓ ଭାଇରାଲ୍‌ ହେବାପରେ ଉକ୍ତ ଘଟଣାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣାଟି ମେ’ ୪ ତାରିଖରେ ଘଟିଥିଲେ ମଧ୍ୟ ଏହି ଘଟଣାର ଭିଡଓ ଜୁଲାଇ ୧୯ରେ ଭାଇରାଲ୍‌ ହୋଇଥିଲା। ଉକ୍ତ ଭିଡିଓକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

Tags: