ମଣିପୁର ବିଧାୟକଙ୍କ ଘରୁ ୧.୫ କୋଟି ଟଙ୍କାର ସମ୍ପତ୍ତି ଲୁଟ
ଇମ୍ଫାଲ: ମଣିପୁରର ଥାଙ୍ଗମୈବନ୍ଦ ବିଧାନସଭା ଆସନର ଜେଡିୟୁ ବିଧାୟକ ଜୟକିଷନ ସିଂହଙ୍କ ଘରେ କିଛିଦିନ ତଳେ ଆନ୍ଦୋଳନକାରୀମାନେ ଆକ୍ରମଣ କରି ଲୁଟପାଟ କରିଥିଲେ। ଏହି ଆକ୍ରମଣ ସମୟରେ ବିଧାୟକଙ୍କ ଘରୁ ପ୍ରାୟ ୧.୫ କୋଟି ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ମା’ ଏନେଇ ଇମ୍ଫାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ତାଙ୍କ ଘରୁ ଲୁଟ୍ ହୋଇଥିବା ସାମଗ୍ରୀ ମଧ୍ୟରେ ୧୮ଲକ୍ଷ ନଗଦ ଟଙ୍କା, ୧.୫ କୋଟି ଟଙ୍କାର ସ୍ବର୍ଣ୍ଣ […]
ଇମ୍ଫାଲ: ମଣିପୁରର ଥାଙ୍ଗମୈବନ୍ଦ ବିଧାନସଭା ଆସନର ଜେଡିୟୁ ବିଧାୟକ ଜୟକିଷନ ସିଂହଙ୍କ ଘରେ କିଛିଦିନ ତଳେ ଆନ୍ଦୋଳନକାରୀମାନେ ଆକ୍ରମଣ କରି ଲୁଟପାଟ କରିଥିଲେ। ଏହି ଆକ୍ରମଣ ସମୟରେ ବିଧାୟକଙ୍କ ଘରୁ ପ୍ରାୟ ୧.୫ କୋଟି ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ମା’ ଏନେଇ ଇମ୍ଫାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ତାଙ୍କ ଘରୁ ଲୁଟ୍ ହୋଇଥିବା ସାମଗ୍ରୀ ମଧ୍ୟରେ ୧୮ଲକ୍ଷ ନଗଦ ଟଙ୍କା, ୧.୫ କୋଟି ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ରହିଛି। ଏନେଇ ମାମଲା ରୁଜୁ ହୋଇଛି ଓ ଆଇନାନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ବିଧାୟକଙ୍କ ଘରଠାରୁ କିଛି ଦୂରରେ ଟୋମ୍ବିସାନା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଦଙ୍ଗାବିସ୍ଥାପିତଙ୍କ ନିମନ୍ତେ ଥଇଥାନ ଶିବିର ସ୍ଥାପନ କରାଯାଇଛି। ଶିବିରର ଜଣେ ବ୍ୟକ୍ତି କହିଛନ୍ତି, ସେମାନଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଅତ୍ୟାବଶ୍ୟକ ସାମଗ୍ରୀ ବିଧାୟକଙ୍କ ଘରେ ମହଜୁଦ ଥିଲା। ତାହାକୁ ମଧ୍ୟ ଆନ୍ଦୋଳନକାରୀମାନେ ଲୁଟି ନେଇଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୧୬ରେ ବିଧାୟକଙ୍କ ଘର ଉପରେ ଆକ୍ରମଣ ହୋଇଥିଲା। ଦଙ୍ଗାକାରୀମାନେ ଆସବାବପତ୍ର ଭଙ୍ଗାରୁଜା କରିବା ସହ ପୋଡ଼ି ଦେଇଥିଲେ। ଏହି ସମୟରେ ବିଧାୟକ ନିଜର ଚିକିତ୍ସାନିମନ୍ତେ ପରିବାର ସଦସ୍ୟଙ୍କ ସହ ଦିଲ୍ଲୀ ଯାଇଥିଲେ।




