ମଣିପୁର ପୁଣି ହିଂସା: ଯବାନଙ୍କ ଗୁଳିମାଡ଼ରେ ୧୧ ଉଗ୍ରପନ୍ଥୀ ନିପାତ
ଇମ୍ଫାଲ: ମଣିପୁର ହିଂସା ଜୋରଦାର ହୋଇଛି। ମଣିପୁରର ଜିରିବାମ୍ ଜିଲ୍ଲାରେ ସିଆରପିଏଫ୍ ଯବାନଙ୍କ ସହ ଗୁଳିମାଡ଼ରେ ୧୧ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀ ନିପାତ ହୋଇଛନ୍ତି। ଉଗ୍ରପନ୍ଥୀଙ୍କ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ୨ ଜଣ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି। ବୋରବେକ୍ରା ସବଡିଭିଜନ୍ ଅଧୀନ ଜାକୁରାଡ଼ର କାରୋଙ୍ଗରେ ଆଜି ସୁରକ୍ଷାକର୍ମୀ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରଥମେ ସନ୍ଦିଗ୍ଧ କୁକି ଉଗପନ୍ଥୀମାନେ ଅପରାହ୍ନରେ ୨ ପାର୍ଶ୍ବରୁ ଜିରିବାମ ଥାନା ଉପରକୁ ଆକ୍ରମଣ କରିବାପରେ ଏନକାଉଣ୍ଟର […]
ଇମ୍ଫାଲ: ମଣିପୁର ହିଂସା ଜୋରଦାର ହୋଇଛି। ମଣିପୁରର ଜିରିବାମ୍ ଜିଲ୍ଲାରେ ସିଆରପିଏଫ୍ ଯବାନଙ୍କ ସହ ଗୁଳିମାଡ଼ରେ ୧୧ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀ ନିପାତ ହୋଇଛନ୍ତି। ଉଗ୍ରପନ୍ଥୀଙ୍କ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ୨ ଜଣ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି। ବୋରବେକ୍ରା ସବଡିଭିଜନ୍ ଅଧୀନ ଜାକୁରାଡ଼ର କାରୋଙ୍ଗରେ ଆଜି ସୁରକ୍ଷାକର୍ମୀ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରଥମେ ସନ୍ଦିଗ୍ଧ କୁକି ଉଗପନ୍ଥୀମାନେ ଅପରାହ୍ନରେ ୨ ପାର୍ଶ୍ବରୁ ଜିରିବାମ ଥାନା ଉପରକୁ ଆକ୍ରମଣ କରିବାପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଥାନା ନିକଟରେ ଏକ ରିଲିଫ୍ ଶିବିର ମଧ୍ୟ ଥିଲା। ଉଲ୍ଲେଖଯୋଗ୍ୟ ଯେ ଜିରିବାମ୍ର ବୋରବେକ୍ରାରେ ଥିବା ଏହି ଥାନା ଉପରେ ଗତ କିଛି ମାସ ମଧ୍ୟରେ ଲଗାତାର ଆକ୍ରମଣ ହେଉଛି। ଥାନା ଉପରେ ଆକ୍ରମଣ କରିବା ପରେ ସନ୍ଦିଗ୍ଧ ଉଗ୍ରପନ୍ଥୀମାନେ ସେଠାରୁ ୧ କିମି ଦୂର ଜାକୁରାଡ଼ର କାରୋଙ୍ଗର କ୍ଷୁଦ୍ର ବସତିକୁ ଯାଇ ସେଠାରେ ଥିବା ଘର ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସୁରକ୍ଷାକର୍ମୀ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୧ ଉଗ୍ରପନ୍ଥୀ ନିପାତ ହୋଇଛନ୍ତି। ଗୁଳିମାଡ଼ରେ ୨ ଜଣ ସିଆରପିଏଫ୍ ଯବାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଅଛି। ଉଲ୍ଲେଖଯୋଗ୍ୟ ଯେ ଜିରିବାମ୍ରେ ଗତ ସପ୍ତାହରୁ ହିଂସା ଓ ଉତ୍ତେଜନା ଲାଗି ରହିଛି। ଗତ ଗୁରୁବାର ହମର ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ସନ୍ଦିଗ୍ଧ ମୈତେୟୀ ଉଗ୍ରପନ୍ଥୀମାନେ ଗୁଳି କରି ହତ୍ୟା କରିଥିଲେ ଏବଂ ତାଙ୍କ ଶରୀରରେ ନିଆଁ ଲଗାଇ ଜାଳି ଦେଇଥିଲେ। ଏହାର ଦିନକ ପରେ ମୈତେୟୀ ସମ୍ପ୍ରଦାୟର ଜଣେ ମହିଳା ମଧ୍ୟ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ।




