ମଣିପୁର ପୁଣି ଅଶାନ୍ତ,ରାଜ୍ୟକୁ ଫେରିଲେ ବରିଷ୍ଠ ପୁଲିସ ଅଫିସର
ଇମ୍ଫାଲ : ମଣିପୁରରେ ଗତ ଜୁଲାଇରୁ ନିଖୋଜ ଥିବା ୨ ଛାତ୍ରଙ୍କୁ ଅପହରଣ ଏବଂ ହତ୍ୟା ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏହାକୁ କେନ୍ଦ୍ର କରି ସହରରେ ପୁଣିଥରେ ଆନ୍ଦୋଳନ ଓ ହିଂସା ତେଜିଛି। ରାଜ୍ୟରେ ହିଂସା ବଢ଼ିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟର ଜଣେ ବରିଷ୍ଠ ଆଇପିଏସ ଅଫିସର ରାକେଶ ବଲୱାଲ୍ଙ୍କୁ ରାଜ୍ୟକୁ ଫେରାଇ ଆଣିବାର ନିଷ୍ପତ୍ତି ନେଇଛନ୍ତି। ରାକେଶ ବଲୱାଲ୍ ଏବେ ଶ୍ରୀନଗରରେ ବରିଷ୍ଠ ଏସ୍ପି ଅଛନ୍ତି। ତାଙ୍କୁ ପୁଣିଥରେ ମଣିପୁର […]
ଇମ୍ଫାଲ : ମଣିପୁରରେ ଗତ ଜୁଲାଇରୁ ନିଖୋଜ ଥିବା ୨ ଛାତ୍ରଙ୍କୁ ଅପହରଣ ଏବଂ ହତ୍ୟା ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏହାକୁ କେନ୍ଦ୍ର କରି ସହରରେ ପୁଣିଥରେ ଆନ୍ଦୋଳନ ଓ ହିଂସା ତେଜିଛି। ରାଜ୍ୟରେ ହିଂସା ବଢ଼ିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟର ଜଣେ ବରିଷ୍ଠ ଆଇପିଏସ ଅଫିସର ରାକେଶ ବଲୱାଲ୍ଙ୍କୁ ରାଜ୍ୟକୁ ଫେରାଇ ଆଣିବାର ନିଷ୍ପତ୍ତି ନେଇଛନ୍ତି। ରାକେଶ ବଲୱାଲ୍ ଏବେ ଶ୍ରୀନଗରରେ ବରିଷ୍ଠ ଏସ୍ପି ଅଛନ୍ତି। ତାଙ୍କୁ ପୁଣିଥରେ ମଣିପୁର ଫେରାଯିବ। ହିଂସା ପ୍ରବଣ ମଣିପୁରରେ ଶାନ୍ତି ଫେରାଇବା ଦିଗରେ ବଲୱାଲ କାର୍ଯ୍ୟ କରିବେ। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଗତ ମାସକ ତଳେ ଏନେଇ ପ୍ରସ୍ତାବ ଦେଇଥିବାବେଳେ କ୍ୟାବିନେଟ୍ ନିଯୁକ୍ତି କମିଟି ଏହି ପ୍ରସ୍ତାବକୁ ମଂଜୁରି ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ରାଜ୍ୟର ବିଭିନ୍ନ ଛାତ୍ର ସଂଗଠନ ଜୋରଦାର ଆନ୍ଦୋଳନ କରିଛନ୍ତି। ମଙ୍ଗଳବାର ଦିନ ପୁଲିସର ଲାଠିମାଡ଼ରେ ୪୫ ଛାତ୍ର ଆହତ ହୋଇଥିଲେ। ରାଜ୍ୟରେ ଅଶାନ୍ତ ସ୍ଥିତି ଲାଗି ରହିଥିବାରୁ ମଣିପୁର ସରକାର ସମଗ୍ର ରାଜ୍ୟକୁ ବୁଧବାର ଦିନ ଅଶାନ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ସମଗ୍ର ରାଜ୍ୟରେ ପୁଣିଥରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।




