ମଣିପୁର ଘଟଣାରେ ମାସକ ପୂର୍ବରୁ ଏନ୍‌ସିଡବ୍ଲ୍ୟୁରେ ଅଭିଯୋଗ ହୋଇଥିଲା

ଇମ୍ଫାଲ : ମଣିପୁରରେ ମହିଳାଙ୍କୁ ‌ଯୌନ ନିର୍ଯାତନା ଘଟଣା ସଂକ୍ରାନ୍ତରେ ଗତ ଜୁନ୍‌ରେ ଏନ୍‌ସିଡବ୍ଲ୍ୟୁ (ଜାତୀୟ ମହିଳା କମିସନ୍‌)ଙ୍କୁ ଅବଗତ କରାଯାଇଥିଲା। ମେ’ ୪ ତାରିଖ ଘଟଣା ସଂକ୍ରାନ୍ତରେ ଜୁନ୍‌ ୧୨ ତାରିଖରେ ଏନ୍‌ସିଡବ୍ଲ୍ୟୁରେ ଅଭିଯୋଗ ଦାଏର ହୋଇଥିଲା। ଏହି ଅଭିଯୋଗପତ୍ରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଭିଡିଓ କଥା ମଧ୍ୟ ଉଲ୍ଲେଖ ଥିଲା। ୨ ଜଣ ସାମାଜିକ କର୍ମୀ ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କ ସହ କଥା ହେବାପରେ ଏନ୍‌ସିଡବ୍ଲ୍ୟୁରେ ଅଭିଯୋଗ […]

Samaya Live Picture
Published On

ଇମ୍ଫାଲ : ମଣିପୁରରେ ମହିଳାଙ୍କୁ ‌ଯୌନ ନିର୍ଯାତନା ଘଟଣା ସଂକ୍ରାନ୍ତରେ ଗତ ଜୁନ୍‌ରେ ଏନ୍‌ସିଡବ୍ଲ୍ୟୁ (ଜାତୀୟ ମହିଳା କମିସନ୍‌)ଙ୍କୁ ଅବଗତ କରାଯାଇଥିଲା। ମେ’ ୪ ତାରିଖ ଘଟଣା ସଂକ୍ରାନ୍ତରେ ଜୁନ୍‌ ୧୨ ତାରିଖରେ ଏନ୍‌ସିଡବ୍ଲ୍ୟୁରେ ଅଭିଯୋଗ ଦାଏର ହୋଇଥିଲା। ଏହି ଅଭିଯୋଗପତ୍ରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଭିଡିଓ କଥା ମଧ୍ୟ ଉଲ୍ଲେଖ ଥିଲା। ୨ ଜଣ ସାମାଜିକ କର୍ମୀ ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କ ସହ କଥା ହେବାପରେ ଏନ୍‌ସିଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। କିନ୍ତୁ ସେମାନେ ଏନ୍‌ସିଡବ୍ଲ୍ୟୁ ନିକଟରୁ କୌଣସି ଜବାବ ପାଇନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି, ଜୁନ୍‌ ମାସରେ ସେମାନଙ୍କ ନିକଟରେ ଅନେକ ଅଭିଯୋଗ ପହଞ୍ଚିଛି। ସେମାନେ ଏହି ଅଭିଯୋଗକୁ ରାଜ୍ୟ ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ନିକଟରେ ପହଞ୍ଚାଇଛନ୍ତି। କିନ୍ତୁ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ସେ କହିଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ରେଖା ଶର୍ମା କହିଛନ୍ତି, ଏନ୍‌ସିଡବ୍ଲ୍ୟୁକୁ ବଦନାମ କରିବାପାଇଁ ଉଦ୍ୟମ ହେଉଛି।

Tags: