ମଣିପୁର ଘଟଣାକୁ କଡ଼ା ନିନ୍ଦା କଲେ ସୁପ୍ରିମକୋର୍ଟ, ସରକାରଙ୍କୁ ଚେତାବନୀ

ନୂଆଦିଲ୍ଲୀ : ମଣିପୁର ଭିଡିଓ ଘଟଣାକୁ ସୁପ୍ରିମକୋର୍ଟ କଡ଼ା ନିନ୍ଦା କରିଛନ୍ତି। କୋର୍ଟ କହିଛନ୍ତି ଏହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଘୋର ସାମ୍ବିଧାନିକ ବିଫଳତା। ଯଦି ସରକାର ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଜୁଲାଇ ୨୮ରେ କୋର୍ଟ ଉକ୍ତ ମାମଲାରେ ଶୁଣାଣି କରିବେ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ମଣିପୁର ଘଟଣା ଅଗ୍ରହଣୀୟ। କେନ୍ଦ୍ର […]

Samaya Live Picture
Published On

ନୂଆଦିଲ୍ଲୀ : ମଣିପୁର ଭିଡିଓ ଘଟଣାକୁ ସୁପ୍ରିମକୋର୍ଟ କଡ଼ା ନିନ୍ଦା କରିଛନ୍ତି। କୋର୍ଟ କହିଛନ୍ତି ଏହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଘୋର ସାମ୍ବିଧାନିକ ବିଫଳତା। ଯଦି ସରକାର ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଜୁଲାଇ ୨୮ରେ କୋର୍ଟ ଉକ୍ତ ମାମଲାରେ ଶୁଣାଣି କରିବେ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ମଣିପୁର ଘଟଣା ଅଗ୍ରହଣୀୟ। କେନ୍ଦ୍ର ଏବଂ ରାଜ୍ୟ ସରକାର ଉକ୍ତ ଘଟଣାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାପାଇଁ କୋର୍ଟ କହିଛନ୍ତି। ମାମଲାରେ ‌କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ସେନେଇ ଅବଗତ କରାଇବାପାଇଁ କୋର୍ଟ କହିଛନ୍ତି।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ ସହ କଥା ହୋଇଛନ୍ତି ଏବଂ ମଣିପୁର ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଶାହ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tags: