ମଣିପୁର ଗାୟକ ଅଖୁ ଚିଙ୍ଗଙ୍ଗବାମଙ୍କୁ ଅପହରଣ ପରେ ମୁକ୍ତ କରାଗଲା
ନୂଆଦିଲ୍ଲୀ : ମଣିପୁର ଗାୟକ ଏବଂ ଗିତିକାର ଅଖୁ ଚିଙ୍ଗଙ୍ଗବାମଙ୍କୁ ଆଜି କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ। ଅଖୁ ଚିଙ୍ଗଙ୍ଗବାମ୍ ହେଉଛନ୍ତି ଇମ୍ଫାଲ ପୂର୍ବର ଖୁରାଇ ବାସିନ୍ଦା। ସେ ଜଣେ ଗାୟକ, ଗୀତିକାର ଏବଂ ‘ଇମ୍ଫାଲ ଟକିଜ୍’ର ପ୍ରତିଷ୍ଠାତା। ମିଳିଥିବା ସୂଚନାେନୁଯାୟୀ କିଛି ଅସ୍ତ୍ରଧାରୀ ବ୍ୟକ୍ତି ପ୍ରଥମେ ଅଖୁ ଚିଙ୍ଗଙ୍ଗବାମଙ୍କ ପତ୍ନୀ ଏବଂ ମା’ଙ୍କୁ ଅପହରଣ କରିନେବାପରେ ଅଖୁଙ୍କୁ ଅପହରଣ କରିଥିଲେ। ତେବେ ଘରଠାରୁ ୨୦ କିମି ଦୂରରେ ତାଙ୍କୁ ଅପହରଣକାରୀମାନେ ମୁକ୍ତ କରିଥିଲେ। ତେବେ ଅପହରଣକାରୀମାନେ […]
ନୂଆଦିଲ୍ଲୀ : ମଣିପୁର ଗାୟକ ଏବଂ ଗିତିକାର ଅଖୁ ଚିଙ୍ଗଙ୍ଗବାମଙ୍କୁ ଆଜି କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ। ଅଖୁ ଚିଙ୍ଗଙ୍ଗବାମ୍ ହେଉଛନ୍ତି ଇମ୍ଫାଲ ପୂର୍ବର ଖୁରାଇ ବାସିନ୍ଦା। ସେ ଜଣେ ଗାୟକ, ଗୀତିକାର ଏବଂ ‘ଇମ୍ଫାଲ ଟକିଜ୍’ର ପ୍ରତିଷ୍ଠାତା। ମିଳିଥିବା ସୂଚନାେନୁଯାୟୀ କିଛି ଅସ୍ତ୍ରଧାରୀ ବ୍ୟକ୍ତି ପ୍ରଥମେ ଅଖୁ ଚିଙ୍ଗଙ୍ଗବାମଙ୍କ ପତ୍ନୀ ଏବଂ ମା’ଙ୍କୁ ଅପହରଣ କରିନେବାପରେ ଅଖୁଙ୍କୁ ଅପହରଣ କରିଥିଲେ। ତେବେ ଘରଠାରୁ ୨୦ କିମି ଦୂରରେ ତାଙ୍କୁ ଅପହରଣକାରୀମାନେ ମୁକ୍ତ କରିଥିଲେ। ତେବେ ଅପହରଣକାରୀମାନେ କୌଣସି ଟଙ୍କା ଦାବି କରିନଥିଲେ। ଗାୟକଙ୍କ ପରିବାର ସଦସ୍ୟ ମଧ୍ୟ ଏନେଇ ପୁଲିସରେ କୌଣସି ଅଭିଯୋଗ କରିନଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମେ’ ମାଧସରୁ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ଲାଗି ରହିଛି। ହିଂସାରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।




