ମଣିପୁର ଗସ୍ତରେ ଇ-ଣ୍ଡି-ଆ ମେଣ୍ଟର ୨୦ ସାଂସଦ
ଇମ୍ଫାଲ: ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ୨୦ ଜଣ ସାଂସଦ ଆଜିଠାରୁ ୨ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ୧୬ ବିରୋଧୀ ଦଳର ୨୦ ଜଣ ପ୍ରତିନିଧି ଆଜି ମଣିପୁର ଗସ୍ତରେ ବାହାରିଛନ୍ତି। ଆଜି ଏବଂ କାଲି ସେମାନେ ୨ ଦିନ ମଣିପୁରରେ ରହିବେ ଏବଂ ସ୍ଥିତି ସମୀକ୍ଷା କରିବେ। ପ୍ରତିନିଧି ଦଳରେ ସାମିଲ ଥିବା କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଆମେ ରାଜନୈତିକ ପ୍ରସଙ୍ଗ ଉଠାଇବା ପାଇଁ ମଣିପୁର ଯାଉନୁ ବରଂ ଲୋକଙ୍କର ଯନ୍ତ୍ରଣା […]
ଇମ୍ଫାଲ: ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ୨୦ ଜଣ ସାଂସଦ ଆଜିଠାରୁ ୨ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ୧୬ ବିରୋଧୀ ଦଳର ୨୦ ଜଣ ପ୍ରତିନିଧି ଆଜି ମଣିପୁର ଗସ୍ତରେ ବାହାରିଛନ୍ତି। ଆଜି ଏବଂ କାଲି ସେମାନେ ୨ ଦିନ ମଣିପୁରରେ ରହିବେ ଏବଂ ସ୍ଥିତି ସମୀକ୍ଷା କରିବେ। ପ୍ରତିନିଧି ଦଳରେ ସାମିଲ ଥିବା କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଆମେ ରାଜନୈତିକ ପ୍ରସଙ୍ଗ ଉଠାଇବା ପାଇଁ ମଣିପୁର ଯାଉନୁ ବରଂ ଲୋକଙ୍କର ଯନ୍ତ୍ରଣା ବୁଝିବାପାଇଁ ମଣିପୁର ଯାଉଛୁ। ମଣିପୁର ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାର ସମାଧାନ ବାହାର କରିବାପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ।
ଅଧୀର କହିଛନ୍ତି, ଏହା ଆଇନ ଶୃଙ୍ଖଳା ସ୍ଥିତି ନୁହେଁ ବରଂ ଏକ ସାମ୍ପ୍ରଦାୟିକ ହିଂସା। କଂଗ୍ରେସ ସାଂସଦ ନସିର ହୁସେନ କହିଛନ୍ତି, ଇଣ୍ଡିଆ ସାଂସଦମାନେ ମଣିପୁରର ହିଂସା ପ୍ରବଣ ପାର୍ବତ୍ୟାଞ୍ଚଳ ଗସ୍ତ କରିବେ। ଆସନ୍ତାକାଲି ସେମାନେ ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିବେ। ହୁୁସେନ କହିଛନ୍ତି, ଇଣ୍ଡିଆ ସାଂସଦମାନେ ମଣିପୁରରୁ ଫେରିବାପରେ ବାସ୍ତବ ସ୍ଥିତି ସଂକ୍ରାନ୍ତରେ ସଂସଦରେ ଆଲୋଚନା କରିବାକୁ ଚାହିବେ। କିନ୍ତୁ ଯଦି ସେମାନଙ୍କୁ ଏଥିପାଇଁ ଅନୁମତି ନମିଳେ ତେବେ ସେମାନେ ସାମ୍ବାଦିକ ସମ୍ମିଳନୀ କରିବେ।




