ମଣିପୁର ଅଶାନ୍ତ, ୪ ହଜାର ଲୋକଙ୍କୁ ଉଦ୍ଧାର କଲା ସେନା

ନୂଆଦିଲ୍ଲୀ: ମଣିପୁରରେ ସ୍ଥିତି ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ବୁଧବାର ଦିନ ରାଜ୍ୟରେ ସଦ୍ୟ ହିଂସା ଉପୁଜିଛି। ଫଳରେ ପ୍ରଭାବିତ ଅଞ୍ଚଳରେ ସେନା ମୁତୟନ ହୋଇଛନ୍ତି। ମଣିପୁରର ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ଅନ୍ୟପକ୍ଷେ ସମଗ୍ର ଉତ୍ତରପୂର୍ବ ରାଜ୍ୟରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଗତ ମାସରେ ମଣିପୁର ହାଇକୋର୍ଟଙ୍କ ରାୟ ପରେ ରାଜ୍ୟରେ ସଦ୍ୟ ହିଂସା ଉପୁଜିଛି। ମଣିପୁର […]

Samaya Live Picture
Published On

ନୂଆଦିଲ୍ଲୀ: ମଣିପୁରରେ ସ୍ଥିତି ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ବୁଧବାର ଦିନ ରାଜ୍ୟରେ ସଦ୍ୟ ହିଂସା ଉପୁଜିଛି। ଫଳରେ ପ୍ରଭାବିତ ଅଞ୍ଚଳରେ ସେନା ମୁତୟନ ହୋଇଛନ୍ତି। ମଣିପୁରର ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ଅନ୍ୟପକ୍ଷେ ସମଗ୍ର ଉତ୍ତରପୂର୍ବ ରାଜ୍ୟରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଗତ ମାସରେ ମଣିପୁର ହାଇକୋର୍ଟଙ୍କ ରାୟ ପରେ ରାଜ୍ୟରେ ସଦ୍ୟ ହିଂସା ଉପୁଜିଛି। ମଣିପୁର ହାଇକୋର୍ଟ ଗତ ମାସରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ଏସ୍ଟି ତାଲିକାରେ ମେଟିସ୍ଙ୍କୁ ସାମିଲ କରିବା ସଂକ୍ରାନ୍ତରେ ବିଚାର କରିବାପାଇଁ ବିଜେପି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଣିପୁରର ୫୩ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ମେଟିସ ସମ୍ପ୍ରଦାୟ। କିନ୍ତୁ ସେମାନେ ରାଜ୍ୟର ମାତ୍ର ୧୦ ପ୍ରତିଶତ ଅଞ୍ଚଳରେ ରହିଛନ୍ତି। ଅନ୍ୟପକ୍ଷେ ଆଦିବାସୀ ଜନସଂଖ୍ୟା ୫୦ ପ୍ରତିଶତରୁ କମ୍ ହୋଇଥିଲେ ସୁଦ୍ଧା ସେମାନେ ମଣିପୁର ଅଞ୍ଚଳର ୯୦ ପ୍ରତିଶତ ଅକ୍ତିଆର କରିଛନ୍ତି। ତେଣୁ ମେଟିସ ସମ୍ପ୍ରଦାୟ ଏସ୍ଟି ତାଲିକାରେ ରହିବାପାଇଁ ଦାବି କରି ଆସୁଛନ୍ତି। ଗତକାଲି ମେଟିସ ସମ୍ପ୍ରଦାୟ ଏବଂ ଅନ୍ୟ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଫଳରେ ସେନା ୪ ହଜାର ଲୋକଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଫ୍ଲାଗ୍ ମାର୍ଚ୍ଚ କରୁଛି। ଇତି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ ସହ କଥା ହୋଇଛନ୍ତି ଏବଂ ରାଜ୍ୟର ସ୍ଥିତି ସଂକ୍ରାନ୍ତରେ ପଚାରି ବୁଝିଛନ୍ତି। ହିଂସା ପ୍ରବଣ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା୍ ପ୍ରଦାନ କରାଯିବ ବୋଲି ଅମିତ ଶାହ ପ୍ରତିଶୃତି ଦେଇଛନ୍ତି।

Tags: