ମଣିପୁରର ଚୁରାଚାନ୍ଦପୁରରେ ପୁଲିସର ଫ୍ଲାଗମାର୍ଚ

ଇମ୍ଫାଲ: ମଣିପୁରରେ ହିଂସା ନିୟନ୍ତ୍ରଣ ହୋଇଛି। ସେନା ଏବଂ ଆସାମ ରାଇଫଲ୍ସ ଦ୍ବାରା ମଣିପୁରରେ ୯୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୨୩ ହଜାର ଲୋକଙ୍କୁ ମଣିପୁରରୁ ଉଦ୍ଧାର କରାଗଲାଣି। ଚୁାରାଚାନ୍ଦପୁରରେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି। ଚୁରାଚାନ୍ଦପୁରରେ ଆଜି ୩ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ ହୋଇଥିଲା। ଲେକାମାନେ ଅତ୍ୟାବଶ୍ୟକ ଜିନିଷ କିଣିବାପାଇଁ ଆଜି ସକାଳ ୭ଟାରୁ ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଥିଲା। ମଣିପୁରରେ ଆଦିବାସୀ ଏବଂ ଅଣଆଦିବାସୀ ମୈତେଇ […]

Samaya Live Picture
Published On

ଇମ୍ଫାଲ: ମଣିପୁରରେ ହିଂସା ନିୟନ୍ତ୍ରଣ ହୋଇଛି। ସେନା ଏବଂ ଆସାମ ରାଇଫଲ୍ସ ଦ୍ବାରା ମଣିପୁରରେ ୯୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୨୩ ହଜାର ଲୋକଙ୍କୁ ମଣିପୁରରୁ ଉଦ୍ଧାର କରାଗଲାଣି। ଚୁାରାଚାନ୍ଦପୁରରେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି। ଚୁରାଚାନ୍ଦପୁରରେ ଆଜି ୩ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ ହୋଇଥିଲା। ଲେକାମାନେ ଅତ୍ୟାବଶ୍ୟକ ଜିନିଷ କିଣିବାପାଇଁ ଆଜି ସକାଳ ୭ଟାରୁ ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଥିଲା। ମଣିପୁରରେ ଆଦିବାସୀ ଏବଂ ଅଣଆଦିବାସୀ ମୈତେଇ ସମ୍ପଦ୍ରାୟ ମଧ୍ୟରେ ସଂଘର୍ଷ ପରେ ହିଂସାର ରୂପ ନେଇଥିଲା। ହିଂସା ଯୋଗୁଁ ୫୪ ଲୋକଙ୍କ ମୃତ୍ୟୁ ହେଲାଣି। ହିଂସାପାଇଁ ମଣିପୁରକୁ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି। ହିଂସା ମଧ୍ୟରେ ଇଣ୍ଡିଗୋ ଇମ୍ଫାଲରୁ କୋଲକାତାକୁ ଅତିରିକ୍ତ ବିମାନ ସେବା ପରିଚାଳନା କରିଛି। ମଣିପୁରରେ ପ୍ରମୁଖ ଅଞ୍ଚଳ ଗୁଡ଼ିକ ଏବେ ସେନା ଛାଉଣି ହୋଇଛି। ସମ୍ପୂର୍ଣ୍ଣ ରାଜ୍ୟ ଏବେ ସେନା ନିୟନ୍ତ୍ରଣରେ। ହିଂସା ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଗତକାଲି ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ।

Tags: