ମଣିପୁରରେ ୭ କୁକି ମହିଳା ଦୁଷ୍କର୍ମର ଶିକାର , ମୁଖ୍ୟମନ୍ତ୍ରୀ କହିଲେ କେବଳ ଗୋଟିଏ ମାମଲା

ଇମ୍ଫାଲ : ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରଠାରୁ ୭ ଜଣ କୁକି ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି ବୋଲି ମଣିପୁରର ବିଭିନ୍ନ ଅନୁଷ୍ଠାନ ଦାବି କରିଛନ୍ତି। ମେ’ ୪ ତାରିଖରେ ୨ କୁକି ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ୍‌ ହେବା ପରଠାରୁ ମଣିପୁରରୁ ପ୍ରତିଦିନ ନୂଆ ନୂଆ ହିଂସା ଘଟଣା ସାମ୍ନାକୁ ଆସିଛି। ଅନେକ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଏବେ ପୁଣି ଦାବି ହୋଇଛି ଯେ […]

Samaya Live Picture
Published On

ଇମ୍ଫାଲ : ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରଠାରୁ ୭ ଜଣ କୁକି ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି ବୋଲି ମଣିପୁରର ବିଭିନ୍ନ ଅନୁଷ୍ଠାନ ଦାବି କରିଛନ୍ତି। ମେ’ ୪ ତାରିଖରେ ୨ କୁକି ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ୍‌ ହେବା ପରଠାରୁ ମଣିପୁରରୁ ପ୍ରତିଦିନ ନୂଆ ନୂଆ ହିଂସା ଘଟଣା ସାମ୍ନାକୁ ଆସିଛି। ଅନେକ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଏବେ ପୁଣି ଦାବି ହୋଇଛି ଯେ ମଣିପୁରରେ ୭ ଜଣ କୁକି-ଜୋମି ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। କିନ୍ତୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଏହି ଦାବିକୁ ଖଣ୍ଡନ କରିଛନ୍ତି। ଏନ୍‌ ବୀରେନ ସିଂହ କହିଛନ୍ତି, ମେ’ ୩ ତାରିଖ ପରେ ରାଜ୍ୟ‌‌ରେ କେବଳ ଗୋଟିଏ ଦୁଷ୍କର୍ମ ମାମଲା ରହିଛି। ରାଜ୍ୟରେ ହତ୍ୟା, ପୋଡ଼ାଜଳା ଏବଂ ଦଙ୍ଗା ନେଇ ୬,୦୬୮ ଏତଲା ରୁଜୁ ହୋଇଛି। ଏଥିରେ ଦୁଷ୍କର୍ମ ମାମଲାରେ କେବଳ ଗୋଟିଏ ଏତଲା ରହିଛି। ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ମେ’ ୩ ତାରିଖରେ ହିଂସା ହେବା ପରଠାରୁ ୧୬୦ରୁ ଅଧିକ ଲୋକଙ୍କର ମୃତ୍ୟୁୃ ହେଲାଣି।

Tags: