ମଣିପୁରରେ ୫ ଜିଲ୍ଲାରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଫେରିଲା

ଇମ୍ଫାଲ: ମଣିପୁରରେ ୫ ଜିଲ୍ଲାରେ ପୁଣିଥରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଫେରିଛି। ବିଷ୍ଣୁପୁର ଜିଲ୍ଲାର ଫୌଗକଚାଓ ଇଖାଇରେ ସେନା ବ୍ୟାରିକେଡ୍‌ ହଟାଇବାପାଇଁ ସିଓସିଓଏମ୍‌ (କୋଅର୍ଡିନେଟିଂ କମିଟି ଅନ୍‌ ମଣିପୁର ଇଣ୍ଟିଗ୍ରିଟି) ଏବଂ ଏହାର ମହିଳା ଶାଖା ପକ୍ଷରୁ ଜିଲ୍ଲାର ସମସ୍ତ ଅଂଶର ଲୋକଙ୍କୁ ଅନୁ‌ରୋଧ କରାଯିବାପରେ ସରକାର ୫ ଜିଲ୍ଲା ବିଷ୍ଣୁପୁର, କାକ୍‌ଚିଙ୍ଗ, ‌ଥୌବାଲ, ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରିଛନ୍ତି। ଉକ୍ତ ୫ ଜିଲ୍ଲାରେ ପ୍ରତିଦିନ ସକାଳ ୫ଟାରୁ ସନ୍ଧ୍ୟା ୬ଟା […]

Samaya Live Picture
Published On

ଇମ୍ଫାଲ: ମଣିପୁରରେ ୫ ଜିଲ୍ଲାରେ ପୁଣିଥରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଫେରିଛି। ବିଷ୍ଣୁପୁର ଜିଲ୍ଲାର ଫୌଗକଚାଓ ଇଖାଇରେ ସେନା ବ୍ୟାରିକେଡ୍‌ ହଟାଇବାପାଇଁ ସିଓସିଓଏମ୍‌ (କୋଅର୍ଡିନେଟିଂ କମିଟି ଅନ୍‌ ମଣିପୁର ଇଣ୍ଟିଗ୍ରିଟି) ଏବଂ ଏହାର ମହିଳା ଶାଖା ପକ୍ଷରୁ ଜିଲ୍ଲାର ସମସ୍ତ ଅଂଶର ଲୋକଙ୍କୁ ଅନୁ‌ରୋଧ କରାଯିବାପରେ ସରକାର ୫ ଜିଲ୍ଲା ବିଷ୍ଣୁପୁର, କାକ୍‌ଚିଙ୍ଗ, ‌ଥୌବାଲ, ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରିଛନ୍ତି। ଉକ୍ତ ୫ ଜିଲ୍ଲାରେ ପ୍ରତିଦିନ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ଥିଲା। କିନ୍ତୁ ମଙ୍ଗଳବାର ସନ୍ଧ୍ୟାରୁ ୫ ଜିଲ୍ଲାରେ ପୁଣିଥରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି ‌ହୋଇଛି। ଅନ୍ୟପକ୍ଷେ ମହିଳାଙ୍କ ସମତେ ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ବିଷ୍ଣୁପୁର ଜିଲ୍ଲାରେ ଫୌଗକଚାଓ ଇଖାଇରେ ସୁରକ୍ଷାବାହିନୀର ବ୍ୟାରିକେଡ୍‌ ଭାଙ୍ଗିବାପାଇଁ ‌‌ଚେଷ୍ଟା କରିବାବେଳେ ସେମାନଙ୍କୁ ସୁରକ୍ଷାକର୍ମୀ ଅଟକାଇଥିଲେ। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ସୁରକ୍ଷାକର୍ମୀଙ୍କୁ ଲୁହବୁହା ଗ୍ୟାସ୍‌ସେଲ ପ୍ରୟୋଗ କରିବାକୁ ପଡ଼ିଥିଲା। ଏଥିରେ ୫୦ରୁ ଅଧିକ ମହିଳା ଆହତ ହୋଇଛନ୍ତି।

Tags: