ମଣିପୁରରେ ୪୮ ଘଣ୍ଟିଆ ବନ୍ଦ
ଇମ୍ଫାଲ : ମଣିପୁରରେ ଆଜି ୪୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ୫ ଜଣ ବ୍ୟକ୍ତି ପାଖରେ ଅସ୍ତ୍ର ରଖିଥିବା ଅଭିଯୋଗରେ କିଛି ମୈତେୟୀ ମହିଳା ଏବଂ ୫ଟି ସ୍ଥାନୀୟ କ୍ଲବ୍ ଗତକାଲି ମଧ୍ୟରାତ୍ରିରୁ ବନ୍ଦ ଡାକରା ଦେଇଛନ୍ତି। ଇମ୍ଫାଲ ଉପତ୍ୟକାରେ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି । ଦୋକାନ ବଜାର ଏବଂ ଶିଳ୍ପାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ବନ୍ଦ ପାଇଁ ଇମ୍ଫାଲରେ ଦଶମ ସପ୍ଲିମେଣ୍ଟାରି ବୋର୍ଡ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି। ଇମ୍ଫାଲ ପୂର୍ବ ଜିଲ୍ଲାର […]
ଇମ୍ଫାଲ : ମଣିପୁରରେ ଆଜି ୪୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ୫ ଜଣ ବ୍ୟକ୍ତି ପାଖରେ ଅସ୍ତ୍ର ରଖିଥିବା ଅଭିଯୋଗରେ କିଛି ମୈତେୟୀ ମହିଳା ଏବଂ ୫ଟି ସ୍ଥାନୀୟ କ୍ଲବ୍ ଗତକାଲି ମଧ୍ୟରାତ୍ରିରୁ ବନ୍ଦ ଡାକରା ଦେଇଛନ୍ତି। ଇମ୍ଫାଲ ଉପତ୍ୟକାରେ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି । ଦୋକାନ ବଜାର ଏବଂ ଶିଳ୍ପାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ବନ୍ଦ ପାଇଁ ଇମ୍ଫାଲରେ ଦଶମ ସପ୍ଲିମେଣ୍ଟାରି ବୋର୍ଡ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି। ଇମ୍ଫାଲ ପୂର୍ବ ଜିଲ୍ଲାର ଖୁରାଇ ଏବଂ କୋଙ୍ଗବା ଏବଂ ଇମ୍ଫାଲ ପଶ୍ଚିମ ଜିଲ୍ଲାର କକ୍ୱାରେ ଅନେକ ଗୁରୁତ୍ବପୂର୍ଣ୍ଣ ରାସ୍ତାଘାଟ ବନ୍ଦ ରହିଛି।




