ମଣିପୁରରେ ହିଂସା ଜାରି, ସୁରକ୍ଷାକର୍ମୀଙ୍କ ସହ ବିଶୃଙ୍ଖଳ ଜନତାଙ୍କ ସଂଘର୍ଷ
ଇମ୍ଫାଲ : ମଣିପୁରରେ ହିଂସା ଥମୁନି। ଇମ୍ଫାଲରେ ସୁରକ୍ଷାକର୍ମୀ ଏବଂ ବିଶୃଙ୍ଖଳ ଜନତାଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ବିଶୃଙ୍ଖଳ ଜନତା ଜଣେ ବିଜେପି ନେତାଙ୍କ ଘର ଜାଳି ଦେବାକୁ ଚେଷ୍ଟା କରିଛନ୍ତି। ଗତକାଲିର ସଂଘର୍ଷରେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଆରକେ ରଂଜନ ସିଂହଙ୍କ ଘର ଉପରେ ସଂଘବଦ୍ଧ ଆକ୍ରମଣ ହେବାର ଦିନକ ପରେ ପୁଣି ଏହି ଘଟଣା ଘଟିଛି। ଗତକାଲି ରାତିରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର କ୍ବାକଟା ଏବଂ ଚୁରାଚାନ୍ଦପୁର […]
ଇମ୍ଫାଲ : ମଣିପୁରରେ ହିଂସା ଥମୁନି। ଇମ୍ଫାଲରେ ସୁରକ୍ଷାକର୍ମୀ ଏବଂ ବିଶୃଙ୍ଖଳ ଜନତାଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ବିଶୃଙ୍ଖଳ ଜନତା ଜଣେ ବିଜେପି ନେତାଙ୍କ ଘର ଜାଳି ଦେବାକୁ ଚେଷ୍ଟା କରିଛନ୍ତି। ଗତକାଲିର ସଂଘର୍ଷରେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଆରକେ ରଂଜନ ସିଂହଙ୍କ ଘର ଉପରେ ସଂଘବଦ୍ଧ ଆକ୍ରମଣ ହେବାର ଦିନକ ପରେ ପୁଣି ଏହି ଘଟଣା ଘଟିଛି। ଗତକାଲି ରାତିରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର କ୍ବାକଟା ଏବଂ ଚୁରାଚାନ୍ଦପୁର ଜିଲ୍ଲାର କଙ୍ଗଭାଇରେ ଦୁଇଟି ପୃଥକ୍ ଘଟଣାରେ ଗୁଳିମାଡ଼ ହୋଇଛି। ଇମ୍ଫାଲ ପଶ୍ଚିମର ଇରିଙ୍ଗବାମ ଥାନାରୁ ଅସ୍ତ୍ର ଲୁଟ୍ ପାଇଁ ଉଦ୍ୟମ ହୋଇଛି। କିନ୍ତୁ କୌଣସି ଅସ୍ତ୍ର ଚୋରି ହୋଇନାହିଁ। ସେନା, ଆସାମ ରାଇଫଲ୍ସ ଏବଂ ମଣିପୁର ରାପିଡ ଆକ୍ସନ ଫୋର୍ସ ଗତକାଲି ରାତି ପର୍ଯ୍ୟନ୍ତ ମିଳିତ ଅପରେସନ୍ କରିଥିଲେ। ପ୍ରାୟ ୧ ହଜାର ଲୋକ ଏକାଠି ହୋଇ ଏକ ପ୍ରାସାଦ ନିକଟରେ ଥିବା ଘର ଗୁଡ଼ିକୁ ଜାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଅଟକାଇଥିଲା। ବିଶୃଙ୍ଖଳ ଜନତା ବିଧାୟକ ବିଶ୍ବଜିତଙ୍କ ଘର ଜାଳି ଦେବାକୁ ଚେଷ୍ଟା କରିଥିଲେ। ବିଶୃଙ୍ଖଳ ଜନତା ମଧ୍ୟ ଇମ୍ଫାଲ ପଶ୍ଚିମରେ ଗତକାଲି ମଧ୍ୟରାତ୍ରିରେ ରାଜ୍ୟ ବିଜେପି ସଭାପତି ଅଧିକାରୀମାୟୁମ ଶାରଦା ଦେବୀଙ୍କ ବାସଭବନ ଭଙ୍ଗାରୁଜା କରିଥିଲେ।




