ମଣିପୁରରେ ହିଂସା ଅଣାୟତ୍ତ, କେନ୍ଦ୍ରମନ୍ତ୍ରୀଙ୍କ ଘରେ ରାତିଅଧିଆ ଆକ୍ରମଣ

ନୂଆଦିଲ୍ଲୀ : ମଣିପୁରରେ ହିଂସା ଅଣାୟତ୍ତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ହଜାରେରୁ ଅଧିକ ଲୋକ ଇମ୍ଫାଲର କଙ୍ଗବାରେ କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଆରକେ ରଂଜନ ସିଂହଙ୍କ ବାସଭବନରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଘରେ ସେମାନେ ପେଟ୍ରୋଲ ବୋମା ପକାଇ ଜାଳି ଦେଇଛନ୍ତି। ମଣିପୁର ମନ୍ତ୍ରୀ ନେମଚା କିପଗେନଙ୍କ ବାସଭବନ ଉପରେ ଆକ୍ରମଣ କରିବାର ଦିନକ ପ‌ରେ ଗତକାଲି ବିଳମ୍ବିତ ରାତିରେ ବିଶୃଙ୍ଖଳ ଜନତା ଏହି ଆକ୍ରମଣ ଘଟାଇଛନ୍ତି। ଗଣମାଧ୍ୟମରେ ସୂଚନା […]

Samaya Live Picture
Published On

ନୂଆଦିଲ୍ଲୀ : ମଣିପୁରରେ ହିଂସା ଅଣାୟତ୍ତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ହଜାରେରୁ ଅଧିକ ଲୋକ ଇମ୍ଫାଲର କଙ୍ଗବାରେ କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଆରକେ ରଂଜନ ସିଂହଙ୍କ ବାସଭବନରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଘରେ ସେମାନେ ପେଟ୍ରୋଲ ବୋମା ପକାଇ ଜାଳି ଦେଇଛନ୍ତି। ମଣିପୁର ମନ୍ତ୍ରୀ ନେମଚା କିପଗେନଙ୍କ ବାସଭବନ ଉପରେ ଆକ୍ରମଣ କରିବାର ଦିନକ ପ‌ରେ ଗତକାଲି ବିଳମ୍ବିତ ରାତିରେ ବିଶୃଙ୍ଖଳ ଜନତା ଏହି ଆକ୍ରମଣ ଘଟାଇଛନ୍ତି। ଗଣମାଧ୍ୟମରେ ସୂଚନା ଦେଇ ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ରଂଜନ ସିଂହ କହିଛନ୍ତି, ଅଫିସ କାମ ପାଇଁ ଏବେ ମୁଁ କେରଳରେ ଅଛି। ଗତକାଲିର ଘଟଣାରେ କେହି ଆହତ ହୋଇନାହାନ୍ତି। ଦୁର୍ବୃତ୍ତମାନେ ପେଟ୍ରୋଲ ବୋମା ପକାଇ ମୋ ଘର ସମ୍ପୂର୍ଣ୍ଣ ଭାବେ ଜାଳି ଦେଇଛନ୍ତି। ମନ୍ତ୍ରୀଙ୍କ ଘର ବାହାରେ ଥିବା ଗାଡ଼ି ମଧ୍ୟ ସେମାନେ ଭଙ୍ଗାରୁଜା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଗତକାଲି ରାତି ପ୍ରାୟ ୧୧ ଟା‌ ସମୟରେ ଦୁର୍ବୃତ୍ତମାନେ ଏହି ଆକ୍ରମଣ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଇମ୍ଫାଲ ପୁଲିସ ଟିୟର ଗ୍ୟାସ ସେଲ୍‌ ପ୍ରୟୋଗ କରିଛି। ସୌଭାଗ୍ୟ ବସତଃ ଆକ୍ରମଣ ସମୟରେ ମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟ କେହି ବି ଘରେ ନଥିଲେ। ମନ୍ତ୍ରୀ ଆରକେ ସିଂହ କହିଛନ୍ତି, ମୋ ରାଜ୍ୟରେ ଯାହା ଘଟୁଛି ତାହା ଦେଖି ମୁଁ ଖୁବ୍‌ ଦୁଃଖିତ। ମୁଁ ଶାନ୍ତି ପାଇଁ ନିବେଦନ କରୁଛି। ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନେ ପ୍ରକୃତରେ ଅମାନବ। ଗତ ୨ ଦିନ ପରେ ମଣିପୁରରେ ହିଂସା ଏବଂ ପୋଡ଼ା ଜଳା ଯୋଗୁଁ ୧୧ ଲୋକଙ୍କ ଜୀବନ ଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ମାସ ମେ’ ୩ ତାରିଖରେ ରାଜ୍ୟରେ ହିଂସା ହେବା ପରଠାରୁ ୧୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଏବଂ ୪୦୦ ପାଖାପାଖି ଲୋକ ଆହତ ହୋଇଛନ୍ତି।

Tags: