ମଣିପୁରରେ ସେନାଠାରୁ ଅସ୍ତ୍ର ଲୁଟିବା ଉଦ୍ୟମ ବେଳେ ଜଣଙ୍କର ମୃତ୍ୟୁ

ଇମ୍ଫାଲ: ମଣିପୁରରେ ହିଂସା ସ୍ଥିତି‌ରେ ସୁଦ୍ଧାର ଆସୁନି। ଗତ ରବିବାର ଦିନ ଗୁଳିମାଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ପୁଣି ଉତ୍ତ୍ୟକ୍ତ ଜନତା ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆର୍‌ବି) ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟିବାକୁ ଉଦ୍ୟମ କଲାବେଳେ ସେନା ପକ୍ଷରୁ ସେମାନଙ୍କୁ ଅଟକାଯାଇଥିଲା। ଉଭୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଲୋକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମଣିପୁରର ଥୋବାଲ ଜିଲ୍ଲାରେ ଏହି ଘଟଣା ଘଟିଛି। ସେନା ପକ୍ଷରୁ କୁହାଯାଇଛି ସେ ଶତାଧିକ ଜନତା ସେମାନଙ୍କ […]

Samaya Live Picture
Published On

ଇମ୍ଫାଲ: ମଣିପୁରରେ ହିଂସା ସ୍ଥିତି‌ରେ ସୁଦ୍ଧାର ଆସୁନି। ଗତ ରବିବାର ଦିନ ଗୁଳିମାଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ପୁଣି ଉତ୍ତ୍ୟକ୍ତ ଜନତା ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆର୍‌ବି) ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟିବାକୁ ଉଦ୍ୟମ କଲାବେଳେ ସେନା ପକ୍ଷରୁ ସେମାନଙ୍କୁ ଅଟକାଯାଇଥିଲା। ଉଭୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଲୋକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମଣିପୁରର ଥୋବାଲ ଜିଲ୍ଲାରେ ଏହି ଘଟଣା ଘଟିଛି। ସେନା ପକ୍ଷରୁ କୁହାଯାଇଛି ସେ ଶତାଧିକ ଜନତା ସେମାନଙ୍କ ବାଟ ଓଗାଳିବା ସହ ଆକ୍ରମଣ କରିଥିଲେ। କିନ୍ତୁ ଆସାମ ରାଇଫଲ୍‌ସ ଓ ରାପିଡ୍ ଆକ୍ସନ ଫୋର୍ସ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିନେଇଥିଲେ। ଶତାଧିକ ଜନତା ଥୋବାଲ ଜିଲ୍ଲାର ଖଙ୍ଗାବୋକ-ସ୍ଥିତ ଇଣ୍ଡିଆନ ରିଜର୍ଭ ବାଟାଲିୟନରୁ ଅସ୍ତ୍ରଶସ୍ତ୍ର ଲୁଟିବା ପାଇଁ ଉଦ୍ୟମ କରିଥିବା ବେଳେ ସେନା ପକ୍ଷରୁ ଏହାକୁ ପଣ୍ଡ କରିଦିଆଯାଇଛି। ଏଥିରେ ଦଙ୍ଗାକାରୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ କେତେଜଣ ଆହତ ହୋଇଛନ୍ତି।

Tags: