ମଣିପୁରରେ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ସେନାମୁଖ୍ୟ

ଇମ୍ଫାଲ: ମଣିପୁରରେ ସଦ୍ୟ ହିଂସା ଉପୁଜିବାପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବେ ୨ ଦିନିଆ ମଣିପୁର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବାଞ୍ଚଳ କମାଣ୍ଡ ଅଧିକାରୀମାନେ ସେନା ମୁଖ୍ୟଙ୍କୁ ମଣିପୁରର ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି । ଇତିମଧ୍ୟରେ ଭାରତୀୟ ‌ସେନା ଏବଂ ଆସାମ ରାଇଫଲ୍ସ ମଣିପୁରରେ ସୁରକ୍ଷା କଡ଼ାକଡ଼ି କରିଛନ୍ତି। ସେନାମୁଖ୍ୟ ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ […]

Samaya Live Picture
Published On

ଇମ୍ଫାଲ: ମଣିପୁରରେ ସଦ୍ୟ ହିଂସା ଉପୁଜିବାପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବେ ୨ ଦିନିଆ ମଣିପୁର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବାଞ୍ଚଳ କମାଣ୍ଡ ଅଧିକାରୀମାନେ ସେନା ମୁଖ୍ୟଙ୍କୁ ମଣିପୁରର ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି । ଇତିମଧ୍ୟରେ ଭାରତୀୟ ‌ସେନା ଏବଂ ଆସାମ ରାଇଫଲ୍ସ ମଣିପୁରରେ ସୁରକ୍ଷା କଡ଼ାକଡ଼ି କରିଛନ୍ତି। ସେନାମୁଖ୍ୟ ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କୁ ଭେଟି ସେମାନଙ୍କ ସହ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ୩ ସପ୍ତାହ ଧରି ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ‌ମେ’ ୩ ତାରିଖରେ ମଣିପୁରରେ ୨ ଗୋଷ୍ଠୀ ମଧ୍ୟରେ ହିଂସା ଉପୁଜିଥିଲା। ପ‌ରେ ଏହି ହିଂସା ସମଗ୍ର ରାଜ୍ୟରେ ବ୍ୟାପି ଯାଇଥିଲା। ରାଜ୍ୟରେ ଏବେ ବି କର୍ଫ୍ୟୁ ଜାରି ରହିଛି। ସମଗ୍ର ରାଜ୍ୟରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ଉଲ୍ଲେଖଯୋଗ୍ୟ, ୨ ଦିନର ଗସ୍ତ ଅବସରରେ ସେନାମୁଖ୍ୟ ବିଭିନ୍ନ ସ୍ଥାନ ବୁଲିବେ ଏବଂ ସ୍ଥାନୀୟ କମା‌ଣ୍ଡରଙ୍କ ସହ କଥା ହେବେ।

Tags: