ମଣିପୁରରେ ସାନି ହିଂସା, ୩ ଜଣଙ୍କ ମୃତ୍ୟୁ
ଇମ୍ଫାଲ : ମଣିପୁରରେ ସାନି ହିଂସା ଉପୁଜି ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ୩ ଜଣ ହେଉଛନ୍ତି ଭଲ୍ୟୁଣ୍ଟିୟର। ସେମାନେ ଅସ୍ଥାୟୀ ବଙ୍କର ଜଗିଥିବାବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ମଣିପୁର ବିଷ୍ଣୁପୁର ଜିଲ୍ଲାର ଖୋଇଜୁମନ୍ତବୀ ଗ୍ରାମରେ ଏହି ଘଟଣା ଘଟିଛି। ପୁଲିସ ଅନୁଯାୟୀ ସମସ୍ତ ଆହତଙ୍କ ଅବସ୍ଥା ଅତି ଗୁରୁତର ଅଛି। ସେମାନଙ୍କୁ ଇମ୍ଫାଲ […]
ଇମ୍ଫାଲ : ମଣିପୁରରେ ସାନି ହିଂସା ଉପୁଜି ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ୩ ଜଣ ହେଉଛନ୍ତି ଭଲ୍ୟୁଣ୍ଟିୟର। ସେମାନେ ଅସ୍ଥାୟୀ ବଙ୍କର ଜଗିଥିବାବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ମଣିପୁର ବିଷ୍ଣୁପୁର ଜିଲ୍ଲାର ଖୋଇଜୁମନ୍ତବୀ ଗ୍ରାମରେ ଏହି ଘଟଣା ଘଟିଛି। ପୁଲିସ ଅନୁଯାୟୀ ସମସ୍ତ ଆହତଙ୍କ ଅବସ୍ଥା ଅତି ଗୁରୁତର ଅଛି। ସେମାନଙ୍କୁ ଇମ୍ଫାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଇତି ମଧ୍ୟରେ କାଙ୍ଗପୋକପି ଜିଲ୍ଲାର ଜାତୀୟ ରାଜପଥ ୨ ଅବରୋଧ କରିଥିବା ୟୁପିଏଫ୍ (ୟୁନାଇଟେଡ ପିପୁଲ୍ସ ଫ୍ରଣ୍ଟ୍) ଏବଂ କୁକି ନେସନାଲ ଅର୍ଗାନାଇଜେସନ (କେଏନ୍ଓ) ଅବରୋଧ ହଟାଇ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅନୁରୋଧ କ୍ରମେ ଏହି ପଦକ୍ଷେପ ଗ୍ରହଣ ହୋଇଛି। ମଣିପୁରରେ ୨ଟି ରାଜପଥ ତଥା ଏନଏଚ-୨ (ଇମ୍ଫାଲ-ଦିମାପୁର) ଏବଂ ଏନଏଚ-୩୭ (ଇମ୍ଫାଲ -ଜିରିବାମ) ରହିଛଇ। ମେ’ ୩ ତାରିଖରେ ହିଂସା ହେବା ପରଠାରୁ କୁକି ଅନୁଷ୍ଠାନ ଦ୍ବାରା ରାସ୍ତା ଅବରୋଧ କରି ରଖାଯାଇଥିଲା।




