ମଣିପୁରରେ ସଦ୍ୟ ହିଂସା, ସ୍ବତନ୍ତ୍ର ବାହିନୀ ଯବାନଙ୍କ ସମେତ ୨ ଜଣଙ୍କ ମୃତ୍ୟୁ
ଇମ୍ଫାଲ : ମଣିପୁରର କାଙ୍ଗପୋକ୍ପି ଜିଲ୍ଲାରେ ଆଜି କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଇଆର୍ବି (ଇଣ୍ଡିଆ ରିଭର୍ବ ବାଟାଲିଅନ)ର ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଆଇଆର୍ବି ଯବାନଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାଁ ହେନମିନଲେନ ଭାଇଫେଇ। ସେ ଲେମାଖଙ୍ଗ ମିସନ୍ ଭେଙ୍ଗ ଗ୍ରାମର। ଅନ୍ୟ ଜଣେ ସାଧାରଣ ନାଗରିକ ଥାଙ୍ଗମିନଲୁନ ହାଙ୍ଗସିଙ୍ଗଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଆକ୍ରମଣ ପରେ ଉକ୍ତ ଅଞ୍ଚଳରେ ଅତିରିକ୍ତ ବାହିନୀ ମୁତୟନ ହୋଇଛନ୍ତି ଏବଂ […]
ଇମ୍ଫାଲ : ମଣିପୁରର କାଙ୍ଗପୋକ୍ପି ଜିଲ୍ଲାରେ ଆଜି କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଇଆର୍ବି (ଇଣ୍ଡିଆ ରିଭର୍ବ ବାଟାଲିଅନ)ର ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଆଇଆର୍ବି ଯବାନଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାଁ ହେନମିନଲେନ ଭାଇଫେଇ। ସେ ଲେମାଖଙ୍ଗ ମିସନ୍ ଭେଙ୍ଗ ଗ୍ରାମର। ଅନ୍ୟ ଜଣେ ସାଧାରଣ ନାଗରିକ ଥାଙ୍ଗମିନଲୁନ ହାଙ୍ଗସିଙ୍ଗଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଆକ୍ରମଣ ପରେ ଉକ୍ତ ଅଞ୍ଚଳରେ ଅତିରିକ୍ତ ବାହିନୀ ମୁତୟନ ହୋଇଛନ୍ତି ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଇତି ମଧ୍ୟରେ ଏକ ଆଦିବାସୀ ଅନୁଷ୍ଠାନର ଦାବି ଅନୁଯାୟୀ କୁକି-ଜୋ ସମ୍ପଦାୟର ଲୋକମାନଙ୍କୁ ବିନା କାରଣରେ ଟାର୍ଗେଟ୍ କରାଯାଉଛି ଏବଂ ସେମାନଙ୍କୁ ଆକ୍ରମଣ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ଗତ ମେ’ରୁ ହିଂସା ଲାଗି ରହିଛି। ହିଂସା ଯୋଗୁଁ ମଣିପୁରରେ ପାଖାପାଖି ୨୦୦ ଲୋକଙ୍କର ମୃତ୍ୟୁ ହେଲାଣି।




