ମଣିପୁରରେ ସଦ୍ୟ ହିଂସା, ରାସ୍ତା ରୋକ କଲେ ମହିଳା

ଇମ୍ଫାଲ : ମଣିପୁର ରାଜଧାନୀ ଇମ୍ଫାଲରେ ସଦ୍ୟ ହିଂସା ଉପୁଜିଛି। ମହିଳା ଆନ୍ଦୋଳନକାରୀମାନେ ଆଜି ଇମ୍ଫାଲର ଘଡ଼ି ଅଞ୍ଚଳରେ ଏକ ମୁଖ୍ୟ ରାସ୍ତା ବନ୍ଦ କରି ଆନ୍ଦୋଳନ କରିଛନ୍ତି। ‌ସେମାନେ ଆନ୍ଦୋଳନ ସମୟରେ ଟାୟାର ଜାଳିଛନ୍ତି। ମଣିପୁର ପୁଲିସ, ସେନା ଏବଂ ରାପିଡ ଆକ୍ସନ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆ‌ନ୍ଦୋଳନକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ସେମାନେ ନିଆଁ ଲିଭାଇ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି ଏବଂ ବିଭିନ୍ନ ସ୍ଥାନ‌ରେ ଫ୍ଲାଗ ମାର୍ଚ କରିଛନ୍ତି। ଆଜି […]

Samaya Live Picture
Published On

ଇମ୍ଫାଲ : ମଣିପୁର ରାଜଧାନୀ ଇମ୍ଫାଲରେ ସଦ୍ୟ ହିଂସା ଉପୁଜିଛି। ମହିଳା ଆନ୍ଦୋଳନକାରୀମାନେ ଆଜି ଇମ୍ଫାଲର ଘଡ଼ି ଅଞ୍ଚଳରେ ଏକ ମୁଖ୍ୟ ରାସ୍ତା ବନ୍ଦ କରି ଆନ୍ଦୋଳନ କରିଛନ୍ତି। ‌ସେମାନେ ଆନ୍ଦୋଳନ ସମୟରେ ଟାୟାର ଜାଳିଛନ୍ତି। ମଣିପୁର ପୁଲିସ, ସେନା ଏବଂ ରାପିଡ ଆକ୍ସନ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆ‌ନ୍ଦୋଳନକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ସେମାନେ ନିଆଁ ଲିଭାଇ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି ଏବଂ ବିଭିନ୍ନ ସ୍ଥାନ‌ରେ ଫ୍ଲାଗ ମାର୍ଚ କରିଛନ୍ତି। ଆଜି ପୁଲିସ ଟିୟର ଗ୍ୟାସ ସେଲ୍‌ ପ୍ରୟୋଗ କରିଥିବା ଜଣାପଡ଼ିଛି। ମଣିପୁରରେ ସଦ୍ୟ ହିଂସା ଉପୁଜିବାପରେ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ସେନା ଏବଂ ଆସାମ ରାଇଫଲ୍ସ ସଦସ୍ୟ ମୁତୟନ ହୋଇଛନ୍ତି। ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି ‌ହୋଇଛି ଏବଂ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ବିଭିନ୍ନ ଜିଲ୍ଲାରେ ଧାରା ୧୪୪ ଜାରି ହୋଇଛି। ହିଂସା ଆରମ୍ଭ ‌ହେବାଠାରୁ ଏଯାବତ ସେନା ଏବଂ ଆସାମ ରାଇଫଲ୍ସ ଦ୍ବାରା ୫୪୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟ ଦିଆଯାଇଛି।

Tags: