ମଣିପୁରରେ ସଦ୍ୟ ହିଂସା, ଦୋକାନ ବଜାର ବନ୍ଦ
ଇମ୍ଫାଲ : ମଣିପୁରରେ ଗତକାଲିଠାରୁ ସଦ୍ୟ ହିଂସା ଉପୁଜିଛି। ରାଜ୍ୟରେ ପୁଣିଥରେ କର୍ଫ୍ୟୁ ଫେରିଛି। ଦୋକାନ ବଜାର ସବୁ ବନ୍ଦ ରହିଛି ଏବଂ ଲୋକମାନଙ୍କୁ ଘରେ ରହିବାକୁ କୁହାଯାଇଛି। ସୋମବାର ଦିନ ରାଜ୍ୟରେ ସଦ୍ୟ ହିଂସା ଉପୁଜିଛି। ଇମ୍ଫାଲରେ କିଛି ଦୁର୍ବୃତ୍ତ ୨ଟି ଘରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଲୋକମାନେ କୌଣସି ସମ୍ଭାବ୍ୟ ଆକ୍ରମଣ ବିରୋଧରେ ସତର୍କତା ଅବଲମ୍ବନ କରି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଧରି ଅଞ୍ଚଳକୁ ସୁରକ୍ଷା ଦେଉଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ […]
ଇମ୍ଫାଲ : ମଣିପୁରରେ ଗତକାଲିଠାରୁ ସଦ୍ୟ ହିଂସା ଉପୁଜିଛି। ରାଜ୍ୟରେ ପୁଣିଥରେ କର୍ଫ୍ୟୁ ଫେରିଛି। ଦୋକାନ ବଜାର ସବୁ ବନ୍ଦ ରହିଛି ଏବଂ ଲୋକମାନଙ୍କୁ ଘରେ ରହିବାକୁ କୁହାଯାଇଛି। ସୋମବାର ଦିନ ରାଜ୍ୟରେ ସଦ୍ୟ ହିଂସା ଉପୁଜିଛି। ଇମ୍ଫାଲରେ କିଛି ଦୁର୍ବୃତ୍ତ ୨ଟି ଘରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଲୋକମାନେ କୌଣସି ସମ୍ଭାବ୍ୟ ଆକ୍ରମଣ ବିରୋଧରେ ସତର୍କତା ଅବଲମ୍ବନ କରି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଧରି ଅଞ୍ଚଳକୁ ସୁରକ୍ଷା ଦେଉଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ସୋମବାର ସନ୍ଧ୍ୟାରେ ଶାନ୍ତିରକ୍ଷା ପାଇଁ ଅନୁରୋଧ କରିଛନ୍ତି। ନିରୀହ ଲୋକଙ୍କ ଘର ନଜାଳିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଗତକାଲିର ଘଟଣା ପାଇଁ ଜଣେ ପୂର୍ବତନ ବିଧାୟକଙ୍କ ସମେତ ମୋଟ୍ ୩ ଜଣ ଗିରଫ ହୋଇଛନ୍ତି। ଗତକାଲିର ଘଟଣାରେ କାହାର ମୃତ୍ୟୁ ହୋଇନଥିବା ଜଣାପଡ଼ିଛି। ଏଭଳି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅଧିକ ୨୦ କମ୍ପାନି ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ରାଜ୍ୟରେ ଏବେ ପ୍ରାୟ ୧୦ ହଜାର ସେନା ଏବଂ ଆସାମ ରାଇଫଲ୍ ଯବାନ ମୁତୟନ ହୋଇଛନ୍ତି।




