ମଣିପୁରରେ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ : ୪୦ ବିଚ୍ଛିନ୍ନତାବାଦୀ ମୃତ
ଇମ୍ଫାଲ : ମଣିପୁରର ବିଭିନ୍ନ ସ୍ଥାନରେ ପୋଲିସ କମାଣ୍ଡୋ ଓ ସଶସ୍ତ୍ର ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଗତ ୮ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି । ଏହି ଅପରେସନରେ ପ୍ରାୟ ୪୦ ବିଚ୍ଛିନ୍ନତାବାଦୀ ମୃତ୍ୟୁବରଣ କରିଛନ୍ତି। ଏହି ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ବିରୋଧରେ ଏମ-୧୬ ଏବଂ ଏକେ-୪୭ ଆସଲ୍ଟ ରାଇଫଲ ଏବଂ ସ୍ନାଇପର ବନ୍ଧୁକ ବ୍ୟବହାର କରୁଛନ୍ତି। ସେମାନେ ଅନେକ ଗାଁରେ ଘର ପୋଡ଼ିବାକୁ ଆସିଥିଲେ। ସେନା ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସହାୟତାରେ ସେମାନଙ୍କ […]
ଇମ୍ଫାଲ : ମଣିପୁରର ବିଭିନ୍ନ ସ୍ଥାନରେ ପୋଲିସ କମାଣ୍ଡୋ ଓ ସଶସ୍ତ୍ର ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଗତ ୮ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି । ଏହି ଅପରେସନରେ ପ୍ରାୟ ୪୦ ବିଚ୍ଛିନ୍ନତାବାଦୀ ମୃତ୍ୟୁବରଣ କରିଛନ୍ତି। ଏହି ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ବିରୋଧରେ ଏମ-୧୬ ଏବଂ ଏକେ-୪୭ ଆସଲ୍ଟ ରାଇଫଲ ଏବଂ ସ୍ନାଇପର ବନ୍ଧୁକ ବ୍ୟବହାର କରୁଛନ୍ତି। ସେମାନେ ଅନେକ ଗାଁରେ ଘର ପୋଡ଼ିବାକୁ ଆସିଥିଲେ। ସେନା ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସହାୟତାରେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୨ଟାରେ ବିଦ୍ରୋହୀମାନେ ଇମ୍ଫାଲ ଉପତ୍ୟକା ଓ ଏହାର ଆଖପାଖ ଅଞ୍ଚଳର ୫ଟି ଅଞ୍ଚଳରେ ଆକ୍ରମଣ କରିଥିଲେ। ସେଗୁଡ଼ିକ ହେଲା ସେକ୍ମାଇ, ସୁଗନୁ, କୁମ୍ବି, ଫାଏଙ୍ଗ ଓ ସେରୁ ଅଞ୍ଚଳ। ଆହୁରି ଅନେକ ସ୍ଥାନରେ ରାସ୍ତାଉପରେ ଗୁଳି ମାଡ଼ ଚାଲିଛି ଓ ମୃତଦେହ ପଡ଼ିଥିବା ସୂଚନା ମିଳିଛି ।




