ମଣିପୁରରେ ପୁଣି ହିଂସା, ୩ ଜଣଙ୍କ ମୃତ୍ୟୁ

ଇମ୍ଫାଲ, ୧୮/୮ : ମଣିପୁରର ଉଖରୁଲ ଜିଲ୍ଲାରେ ଆଜି ସାନି ହିଂସା ହୋଇଛି। ହିଂସାରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉଖରୁଲ ଜିଲ୍ଲାର ଥୋୱାଇ କୁକି ଗ୍ରାମରେ ଗ୍ରାମବାସୀ ଏବଂ କିଛି ସଶସ୍ତ୍ର ଦୁର୍ବୃତ୍ତଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଫଳରେ ଏହି ଘଟଣାରେ ୩ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନାନୁଯାୟୀ ଆଜି ସକାଳୁ ମଧ୍ୟ ଗାଁରେ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ମେ’ ୩ ତାରିଖରେ ହିଂସା ଆରମ୍ଭ […]

Samaya Live Picture
Published On

ଇମ୍ଫାଲ, ୧୮/୮ : ମଣିପୁରର ଉଖରୁଲ ଜିଲ୍ଲାରେ ଆଜି ସାନି ହିଂସା ହୋଇଛି। ହିଂସାରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉଖରୁଲ ଜିଲ୍ଲାର ଥୋୱାଇ କୁକି ଗ୍ରାମରେ ଗ୍ରାମବାସୀ ଏବଂ କିଛି ସଶସ୍ତ୍ର ଦୁର୍ବୃତ୍ତଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଫଳରେ ଏହି ଘଟଣାରେ ୩ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନାନୁଯାୟୀ ଆଜି ସକାଳୁ ମଧ୍ୟ ଗାଁରେ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ମେ’ ୩ ତାରିଖରେ ହିଂସା ଆରମ୍ଭ ହେବା ପରଠାରୁ ଶତାଧିକ ଲୋକଙ୍କର ମୃତ୍ୟୁ ହେଲାଣି। ହିଂସାରେ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ପ୍ରାୟ ୫୦ ହଜାର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି।

Tags: