ମଣିପୁରରେ ପୁଣି ହିଂସା, ୨ ଜଣଙ୍କ ମୃତ୍ୟୁ , ଚୁଡ଼ାଚାନ୍ଦପୁରରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ

ଇମ୍ଫାଲ : ମଣିପୁରର ଚୁଡ଼ାଚାନ୍ଦପୁର ଜିଲ୍ଲାରେ ସଦ୍ୟ ହିଂସା ଉପୁଜି ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ହେଡ କନେଷ୍ଟବଳ କିଛି ଅସ୍ତ୍ରଧାରୀ ଦୂର୍ବୃତ୍ତଙ୍କ ସହ ସେଲ୍ଫି ନେଉଥିବାର ଫଟୋ ଭାଇରାଲ ହେବାପରେ ତାଙ୍କୁ ନିଲମ୍ବନ କରାଯାଇଛି। ତେବେ ହେଡ କନେଷ୍ଟବଳଙ୍କ ନିଲମ୍ବନକୁ ବିରୋଧ କରି ମଶିପୁରରେ ଶତାଧିକ ଲୋକ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ କରିଛନ୍ତି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୫ ଜଣ ଆହତ ହୋଇଛନ୍ତି। ଚୁଡ଼ାଚାନ୍ଦପୁରରେ ଉତ୍ତେଜନା ଲାଗି ରହିଛି। ଆନ୍ଦୋଳନରତ […]

Samaya Live Picture
Published On

ଇମ୍ଫାଲ : ମଣିପୁରର ଚୁଡ଼ାଚାନ୍ଦପୁର ଜିଲ୍ଲାରେ ସଦ୍ୟ ହିଂସା ଉପୁଜି ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ହେଡ କନେଷ୍ଟବଳ କିଛି ଅସ୍ତ୍ରଧାରୀ ଦୂର୍ବୃତ୍ତଙ୍କ ସହ ସେଲ୍ଫି ନେଉଥିବାର ଫଟୋ ଭାଇରାଲ ହେବାପରେ ତାଙ୍କୁ ନିଲମ୍ବନ କରାଯାଇଛି। ତେବେ ହେଡ କନେଷ୍ଟବଳଙ୍କ ନିଲମ୍ବନକୁ ବିରୋଧ କରି ମଶିପୁରରେ ଶତାଧିକ ଲୋକ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ କରିଛନ୍ତି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୫ ଜଣ ଆହତ ହୋଇଛନ୍ତି। ଚୁଡ଼ାଚାନ୍ଦପୁରରେ ଉତ୍ତେଜନା ଲାଗି ରହିଛି। ଆନ୍ଦୋଳନରତ ଲୋକ ଏସପି ଅଫିସ ଘେରାଉ କରିଛନ୍ତି। ହେଡ କନେଷ୍ଟବଳଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆନ୍ଦୋଳନକାରୀମାନେ ଜିଲ୍ଲା ପୁଲିସ ମୁଖ୍ୟଙ୍କ ଅଫିସ ବାହାରେ ଥିବା ବସ୍ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିରେ ନିଆଁ ଲଗାଇ ଦେଇଛନ୍ତି। ଆନ୍ଦୋଳନକାରୀ ଅଧିକ ଉପଦ୍ରବ ସୃଷ୍ଟି କରିବାରୁ ସୁରକ୍ଷାକର୍ମୀ ଗୁଳିମାଡ଼ କରିଥିଲେ। ହିଂସା ଯୋଗୁଁ ଚୁଡ଼ାଚାନ୍ଦପୁର ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ମେ’ ମାସରୁ ମଣିପୁରରେ ହିଂସା ଲାଗି ରହିଛି।

Tags: