ମଣିପୁରରେ ପୁଣି ହିଂସା, ବିଷ୍ଣୁପୁରରେ ୩ ଜଣଙ୍କ ମୃତ୍ୟୁ
ଇମ୍ଫାଲ , ୫/୮ : ମଣିପୁରରେ ହିଂସା ଥମୁନି। ବିଷ୍ଣୁପୁର ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ପୁଣି ହିଂସା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକମାନେ କ୍ବାକଟା ଅଞ୍ଚଳର ମୈତେୟୀ ସମ୍ପ୍ରଦାୟର। କୁକି ସମ୍ପ୍ରଦାୟର ଅନେକ ଘର ଜାଳି ଦିଆଯାଇଛି। କ୍ବାକଟା ଅଞ୍ଚଳରେ ଏବେ କୁକି ସମ୍ପ୍ରଦାୟ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିମାଡ଼ ଜାରି ରହିଛି। ଜଣେ ମଣିପୁର କମାଣ୍ଡୋଙ୍କ ମୁଣ୍ଡରେ ଗୁଳି ବାଜିଛି। ଆହତ କମାଣ୍ଡୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ […]
ଇମ୍ଫାଲ , ୫/୮ : ମଣିପୁରରେ ହିଂସା ଥମୁନି। ବିଷ୍ଣୁପୁର ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ପୁଣି ହିଂସା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକମାନେ କ୍ବାକଟା ଅଞ୍ଚଳର ମୈତେୟୀ ସମ୍ପ୍ରଦାୟର। କୁକି ସମ୍ପ୍ରଦାୟର ଅନେକ ଘର ଜାଳି ଦିଆଯାଇଛି। କ୍ବାକଟା ଅଞ୍ଚଳରେ ଏବେ କୁକି ସମ୍ପ୍ରଦାୟ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିମାଡ଼ ଜାରି ରହିଛି। ଜଣେ ମଣିପୁର କମାଣ୍ଡୋଙ୍କ ମୁଣ୍ଡରେ ଗୁଳି ବାଜିଛି। ଆହତ କମାଣ୍ଡୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ସଦ୍ୟ ହିଂସା ହେବାପରେ ବିଷ୍ଣୁପୁରରେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ ଗୁରୁବାର ଦିନ ମୈତେୟୀ ସମ୍ପ୍ରଦାୟର ଆନ୍ଦୋଳନ ସମୟରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ଯୋଗୁଁ ୧୭ ଜଣ ଆହତ ହେବାର ୨ ଦିନ ପରେ ଏହି ଘଟଣା ଘଟିଛି।




