ମଣିପୁରରେ ପୁଣି ହିଂସା, ଗୁଳିମାଡ଼ରେ ୨ ମୃତ, ୫ ଆହତ
ଇମ୍ଫାଲ: ମଣିପୁରରେ ଆଜି ପୁଣି ଭୀଷଣ ହିଂସା ଦେଖିବାକୁ ମିଳିଛି। ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଗତ ବର୍ଷ ମେ’ ୩ ତାରିଖରୁ ମଣିପୁରରେ କୁକି ଏବଂ ମୈତେୟୀ ସମ୍ପ୍ରଦାୟ ମଧ୍ୟରେ ହିଂସା ଲାଗି ରହିଥିବା ବେଳେ ଆଜି ପୁଣି ୨ ଗୋଷ୍ଠୀ ମଧ୍ୟରେ […]
ଇମ୍ଫାଲ: ମଣିପୁରରେ ଆଜି ପୁଣି ଭୀଷଣ ହିଂସା ଦେଖିବାକୁ ମିଳିଛି। ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଗତ ବର୍ଷ ମେ’ ୩ ତାରିଖରୁ ମଣିପୁରରେ କୁକି ଏବଂ ମୈତେୟୀ ସମ୍ପ୍ରଦାୟ ମଧ୍ୟରେ ହିଂସା ଲାଗି ରହିଥିବା ବେଳେ ଆଜି ପୁଣି ୨ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ପ୍ରଶାସନର ଚିନ୍ତା ବଢ଼ାଇଛି। ଇମ୍ଫାଲ ଜିଲ୍ଲାରେ କୌଟୁକ ଗ୍ରାମରେ ଉଭୟ ମୈତେୟୀ ଓ କୁକି ଗୋଷ୍ଠୀର ବନ୍ଧୁକଧାରୀମାନେ ପରସ୍ପର ଉପରକୁ ଗୁଳିମାଡ଼ ଆରମ୍ଭ କରିବା ପରେ ଆତଙ୍କ ଖେଳିଯାଇଥିଲା। ଏହି ହିଂସାରେ ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ସଭାପତି ମନୋହରମୟୁମ ବାରିସ୍ ଶର୍ମା ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କ ଦେହରେ ଗୁଳିମାଡ଼ ବାଜିଥିବା ଜଣାପଡ଼ିଛି।




