ମଣିପୁରରେ ପୁଣି ହିଂସା ଓ ଉତ୍ତେଜନା, ୨ ଜଣଙ୍କ ମୃତଦେହ ଉଦ୍ଧାର
ଇମ୍ଫାଲ: ମଣିପୁରରେ ପୁଣିଥରେ ହିଂସା ଓ ଉତ୍ତେଜନା ଦେଖାଦେଇଛି। ଇମ୍ଫାଲ ପୂର୍ବ ଓ ପଶ୍ଚିମ ଜିଲ୍ଲାରୁ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ଘଟଣାକୁ ବିରୋଧ କରି ପୁଣିଥରେ ମଣିପୁରରେ ଉତ୍ତେଜନା ପ୍ରକାଶ ପାଇଛି। ଇମ୍ଫାଲ ପଶ୍ଚିମ ଜିଲ୍ଲାର ତାଇରେନପୋକପି ଅଞ୍ଚଳରେ ବୁଧବାର ଜଣେ ମଧ୍ୟବୟସ୍କ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ଶବ ବ୍ୟବଚ୍ଛେଦ ପାଇଁ ଉକ୍ତ ମର ଶରୀରକୁ ଇମ୍ଫାଲସ୍ଥିତ ଆଞ୍ଚଳିକ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ […]
ଇମ୍ଫାଲ: ମଣିପୁରରେ ପୁଣିଥରେ ହିଂସା ଓ ଉତ୍ତେଜନା ଦେଖାଦେଇଛି। ଇମ୍ଫାଲ ପୂର୍ବ ଓ ପଶ୍ଚିମ ଜିଲ୍ଲାରୁ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ଘଟଣାକୁ ବିରୋଧ କରି ପୁଣିଥରେ ମଣିପୁରରେ ଉତ୍ତେଜନା ପ୍ରକାଶ ପାଇଛି। ଇମ୍ଫାଲ ପଶ୍ଚିମ ଜିଲ୍ଲାର ତାଇରେନପୋକପି ଅଞ୍ଚଳରେ ବୁଧବାର ଜଣେ ମଧ୍ୟବୟସ୍କ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ଶବ ବ୍ୟବଚ୍ଛେଦ ପାଇଁ ଉକ୍ତ ମର ଶରୀରକୁ ଇମ୍ଫାଲସ୍ଥିତ ଆଞ୍ଚଳିକ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ରିମ୍ସ)କୁ ପଠାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଇମ୍ଫାଲ ପୂର୍ବ ଜିଲ୍ଲାର ତଖୋକ ମାପଲ ମାଖା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଉକ୍ତ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତକଙ୍କ ପିଠି ପଟେ ହାତ ବାନ୍ଧି ମୁଣ୍ଡକୁ ଗୁଳି କରାଯାଇଥିବା ଦେଖିବାକୁ ମିଳିଛି। ମୃତଦେହକୁ ଚିହ୍ନଟ ଓ ବ୍ୟବଚ୍ଛେଦ ପାଇଁ ଇମ୍ଫାଲ ପୂର୍ବର ଜବାହରଲାଲ ନେହରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ପଠାଯାଇଛି। ଏନେଇ ଏତଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି।




