ମଣିପୁରରେ ପୁଣି ଆନ୍ଦୋଳନ , ଇଣ୍ଟରନେଟ୍‌ ସେବା ବନ୍ଦ

ଇମ୍ଫାଲ: ମଣିପୁରରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ମଣିପୁରରେ ଗତକାଲି ସଦ୍ୟ ହିଂସା ଓ ଆନ୍ଦୋଳନ ହୋଇଥିବାରୁ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୁଣିଥରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏନେଇ ଏକ ନିର୍ଦ୍ଦେଶାବଳି ଜାରି କରାଯାଇଛି। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଦ୍ବାରା ମିଛ ଗୁଜବ ଏବଂ ମିଛ ଖବର ପ୍ରସାର ରୋକିବାପାଇଁ ରାଜ୍ୟରେ ପୁଣିଥରେ ମୋବାଇଲଲ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି ବୋଲି […]

Samaya Live Picture
Published On

ଇମ୍ଫାଲ: ମଣିପୁରରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ମଣିପୁରରେ ଗତକାଲି ସଦ୍ୟ ହିଂସା ଓ ଆନ୍ଦୋଳନ ହୋଇଥିବାରୁ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୁଣିଥରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏନେଇ ଏକ ନିର୍ଦ୍ଦେଶାବଳି ଜାରି କରାଯାଇଛି। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଦ୍ବାରା ମିଛ ଗୁଜବ ଏବଂ ମିଛ ଖବର ପ୍ରସାର ରୋକିବାପାଇଁ ରାଜ୍ୟରେ ପୁଣିଥରେ ମୋବାଇଲଲ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମଣିପୁରର ଇମ୍ଫାଲରେ ଗତକାଲି ପୁଲିସ ସହ ମୁହାଁମୁହିଁ ହୋଇ ୫୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ଗତ ଜୁଲାଇ ମାସରୁ ମଣିପୁରରେ ନିଖୋଜ ହୋଇଥିବା ୨ ଜଣ ଛାତ୍ରଙ୍କର ମର ଶରୀରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରୁ ଛାତ୍ରମାନେ ଏହାକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଆଡ଼କୁ ଆନ୍ଦୋଳନ ଯାତ୍ରାରେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ବାଟରେ ଅଟକାଇଥିଲା। ପୁଲିସ ଲାଠିମାଡ଼ରେ ୫୦ ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଉକ୍ତ ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି ଏବଂ ଘଟଣାରେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଣିପୁର ସରକାର କହିଛନ୍ତି।

Tags: