ମଣିପୁରରେ ଧାର୍ଯ୍ୟ ସମୟସୀମା ପୂର୍ବରୁ ଇଣ୍ଟରନେଟ୍‌ ଉପରୁ ପ୍ରତିବନ୍ଧକ ହଟିଲା

ଇମ୍ଫାଲ୍‌: ହିଂସା ଓ ବିକ୍ଷୋଭକୁ ଦୃଷ୍ଟିରେ ରଖି ପ୍ରାୟ ୧ ସପ୍ତାହ ପରେ ମଣିପୁରରେ ଇଣ୍ଟରନେଟ୍‌ ସେବା ଉପରେ ଲାଗିଥିବା ପ୍ରତିବନ୍ଧକୁ ହଟାଇଦିଆଯାଇଛି। ସେପ୍ଟମ୍ବର ୧୦ ତାରିଖରେ ଲାଗିଥିବା ପ୍ରତିବନ୍ଧକ ୨୦ ତାରିଖ ଯାଏଁ ପରିବର୍ଦ୍ଧିତ କରାଯାଇଥିଲା। କିନ୍ତୁ ପରିସ୍ଥିତିରେ ସୁଧାର ଆସିଥିବାରୁ ଏହି କଟକଣା ହଟାଇଦିଆଯାଇଛି। ୧୦ ସେପ୍ଟମ୍ବର ଅପରାହ୍‌ଣ ୩ଟାରୁ ପଶ୍ଚିମ ଇମ୍ଫାଲ୍‌, ପୂର୍ବ ଇମ୍ଫାଲ୍‌, ଥୌବାଲ୍‌, ବିଷ୍ଣୁପୁର ଓ କାକ୍‌ଚିଙ୍ଗ୍‌ ଜିଲ୍ଲାରେ ୫ ଦିନ ପାଇଁ ସମସ୍ତ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଥିଲା। […]

Samaya Live Picture
Published On

ଇମ୍ଫାଲ୍‌: ହିଂସା ଓ ବିକ୍ଷୋଭକୁ ଦୃଷ୍ଟିରେ ରଖି ପ୍ରାୟ ୧ ସପ୍ତାହ ପରେ ମଣିପୁରରେ ଇଣ୍ଟରନେଟ୍‌ ସେବା ଉପରେ ଲାଗିଥିବା ପ୍ରତିବନ୍ଧକୁ ହଟାଇଦିଆଯାଇଛି। ସେପ୍ଟମ୍ବର ୧୦ ତାରିଖରେ ଲାଗିଥିବା ପ୍ରତିବନ୍ଧକ ୨୦ ତାରିଖ ଯାଏଁ ପରିବର୍ଦ୍ଧିତ କରାଯାଇଥିଲା। କିନ୍ତୁ ପରିସ୍ଥିତିରେ ସୁଧାର ଆସିଥିବାରୁ ଏହି କଟକଣା ହଟାଇଦିଆଯାଇଛି। ୧୦ ସେପ୍ଟମ୍ବର ଅପରାହ୍‌ଣ ୩ଟାରୁ ପଶ୍ଚିମ ଇମ୍ଫାଲ୍‌, ପୂର୍ବ ଇମ୍ଫାଲ୍‌, ଥୌବାଲ୍‌, ବିଷ୍ଣୁପୁର ଓ କାକ୍‌ଚିଙ୍ଗ୍‌ ଜିଲ୍ଲାରେ ୫ ଦିନ ପାଇଁ ସମସ୍ତ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଥିଲା। ୧୨ ତାରିଖରେ ଏହି କଟକଣାକୁ ସମଗ୍ର ରାଜ୍ୟରେ ଲାଗୁ କରାଯାଇଥିବା ବେଳେ ୨୦ ସେପ୍ଟମ୍ବର ଯାଏଁ ପରିବର୍ଦ୍ଧିତ କରାଯାଇଥିଲା। ଗତକାଲି ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିଥିବାରୁ ଇଣ୍ଟରନେଟ୍‌ ଉପରେ ଜାରି କଟକଣାକୁ ହଟାଇଦିଆଯାଇଛି ବୋଲି ଦର୍ଶାଯାଇଛି।

Tags: