ମଣିପୁରରେ ଦୁଇ ମହିଳାଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ବୁଲାଇଲେ, ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ

ଇମ୍ଫାଲ: ମଣିପୁରରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ବୁଲାଯିବା ଓ ତା’ର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲା ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମହିଳା ଦୁଇଜଣଙ୍କୁ କିଛି ଦୁର୍ବୃତ୍ତ ଉଠାଇ ନେଇ ଏକ ପଡ଼ିଆରେ ଗଣଦୁଷ୍କର୍ମ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି। ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ୍‌ […]

Samaya Live Picture
Published On

ଇମ୍ଫାଲ: ମଣିପୁରରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ବୁଲାଯିବା ଓ ତା’ର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲା ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମହିଳା ଦୁଇଜଣଙ୍କୁ କିଛି ଦୁର୍ବୃତ୍ତ ଉଠାଇ ନେଇ ଏକ ପଡ଼ିଆରେ ଗଣଦୁଷ୍କର୍ମ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି। ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ୍‌ (ଆଇଟିଏଲ୍‌ଏଫ୍‌)ର ଅଭିଯୋଗ ଅନୁଯାୟୀ,ଗତ ମେ ୪ ତାରିଖରେ, ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗପୋକପି ଜିଲ୍ଲାରେ ଏହି ଘଟଣା ଘଟିଥିଲା। ଏହି ଘଟଣାର ଦିନକ ପୂର୍ବରୁ ମୈତେୟୀଙ୍କ ଅନୁସୂଚିତ ଜନଜାତି ଦାବିକୁ ନେଇ ମୈତେୟୀ ଓ କୁକି ସମ୍ପ୍ରଦାୟ ଲୋକଙ୍କ ଭିତରେ ସଂଘର୍ଷ ହୋଇଥିଲା। କୁକି ସମ୍ପ୍ରଦାୟର ପ୍ରତିନିଧିତ୍ବ କରୁଥିବା ଆଇଟିଏଲ୍‌ଏଫ୍‌ର ଅଭିଯୋଗ ଅନୁଯାୟୀ ମହିଳା ଦୁଇଜଣ ହଉଛନ୍ତି କୁକି-ଜୋ ସମ୍ପ୍ରଦାୟର।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଲୋକ ଦୁଇଜଣ ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ଗଣଦୁଷ୍କର୍ମ ପାଇଁ ଧାନବିଲ ଆଡ଼କୁ ନେଉଛନ୍ତି। ମହିଳା ଦୁଇଜଣ ଖୁବ୍‌ଜୋର କାନ୍ଦିବା ସହ ସେମାନଙ୍କୁ ଛାଡ଼ିଦେବାପାଇଁ ଅନୁରୋଧ କଲାବେଳେ ସେମାନଙ୍କ ପ୍ରତି ଯୌନ ଅସଦାଚରଣ କରାଯାଉଥିବା ଓ ମାଡ଼ ମରାଯାଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ମଣିପୁର ପୁଲିସ ଏ ନେଇ ଏକ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରିଥିବା ପ୍ରକାଶ କରିଛି। ଭିଡିଓ ଆଧାରରେ ପୁଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତର ନାଁ ହେରାଦାସ। ବୟସ ୩୨। ଥୌବାଲ ଜିଲ୍ଲାରୁ ତାକୁ ଗିରଫ କରାଯାଇଛି। ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଧରିବାପାଇଁ ୧୨ଟି ଟିମ୍‌ ଗଠନ ହୋଇଛି ବୋଲି ପୁଲିସ କହିଛି।

Tags: