ମଣିପୁରରେ ଦୁଇ ଗାଁ ମଧ୍ୟରେ ସଂଘର୍ଷ: ୩ ମୃତ, ୩୦ ଆହତ

ଇମ୍ଫାଲ: ମଣିପୁରର ଉଖରୁଲ ଜିଲ୍ଲାରେ ଦୁଇ ନାଗା ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ପ୍ରବଳ ସଂଘର୍ଷ ସୃଷ୍ଟି ହେବାରୁ ଗୁଳିମାଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମଣିପୁର ରାଇଫଲ୍ସର ଜଣେ ଯବାନ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଆହତମାନେ ହୁନ୍‌ଫୁନ୍‌ ଓ ହୁଙ୍ଗପୁଙ୍ଗ ଗ୍ରାମର ବୋଲି ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ପ୍ରାୟ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଜଧାନୀ ଇମ୍ଫାଲର ଏକ […]

Samaya Live Picture
Published On

ଇମ୍ଫାଲ: ମଣିପୁରର ଉଖରୁଲ ଜିଲ୍ଲାରେ ଦୁଇ ନାଗା ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ପ୍ରବଳ ସଂଘର୍ଷ ସୃଷ୍ଟି ହେବାରୁ ଗୁଳିମାଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମଣିପୁର ରାଇଫଲ୍ସର ଜଣେ ଯବାନ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଆହତମାନେ ହୁନ୍‌ଫୁନ୍‌ ଓ ହୁଙ୍ଗପୁଙ୍ଗ ଗ୍ରାମର ବୋଲି ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ପ୍ରାୟ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଜଧାନୀ ଇମ୍ଫାଲର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ଯୁବକ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇ ଗ୍ରାମ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ଅଧିକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ରାଜ୍ୟ ସରକାର ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବନ୍ଦ କରିଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ହେବ ଏହି ଦୁଇ ଗାଁ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି ଏବଂ ଉଗ୍ରପନ୍ଥୀମାନେ ଏଥିରେ ହସ୍ତକ୍ଷେପ କରବାରୁ ମାମଲା ଜଟିଳ ହୋଇଛି। ପୁଲିସ ପ୍ରଶାସନ ବିଏନ୍ଏସ୍ଏସ୍ ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଜାରି କରି ଲୋକଙ୍କ ବାସଭବନ ବାହାରେ ଗମନାଗମନ ଉପରେ କଟକଣା ଜାରି କରିଛି

Tags: