ମଣିପୁରରେ କୁକି ଉଗ୍ରବାଦୀଙ୍କ ଗୁଳିରେ ମହିଳା ମୃତ, ନାବାଳିକା ଝିଅ ଗୁରୁତର

ଇମ୍ଫାଲ: ମଣିପୁରରେ କୁକି ସଂପ୍ରଦାୟର ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୧୨ ବର୍ଷର ଝିଅ ଆହତ ହୋଇଛନ୍ତି। ଏଥିରେ ଦୁଇ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ଆହତ ହୋଇଥିବା ଉଭୟ ପୁଲିସ କର୍ମୀ ବିପଦମୁକ୍ତ ଥିବା ସୂଚନା ମିଳିଛି। କାଙ୍ଗପୋକ୍ପିର ନାଖୁଜଙ୍ଗ ଗାଁରୁ ଇମ୍ଫାଲ ପଶ୍ଚିମର କାଡାଙ୍ଗବନ୍ଦ ଅଭିମୁଖେ ଅପରାହ୍ଣ ୨ଟା ୩୫ମିନିଟରେ ଗୁଳିଚାଳନା ଆରମ୍ଭ […]

Samaya Live Picture
Published On

ଇମ୍ଫାଲ: ମଣିପୁରରେ କୁକି ସଂପ୍ରଦାୟର ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୧୨ ବର୍ଷର ଝିଅ ଆହତ ହୋଇଛନ୍ତି। ଏଥିରେ ଦୁଇ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ଆହତ ହୋଇଥିବା ଉଭୟ ପୁଲିସ କର୍ମୀ ବିପଦମୁକ୍ତ ଥିବା ସୂଚନା ମିଳିଛି। କାଙ୍ଗପୋକ୍ପିର ନାଖୁଜଙ୍ଗ ଗାଁରୁ ଇମ୍ଫାଲ ପଶ୍ଚିମର କାଡାଙ୍ଗବନ୍ଦ ଅଭିମୁଖେ ଅପରାହ୍ଣ ୨ଟା ୩୫ମିନିଟରେ ଗୁଳିଚାଳନା ଆରମ୍ଭ ହୋଇଥିଲା। ଏଥିରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ନାବାଳିକା ଝିଅ ଗୁରୁତର ଆହତ ହୋଇଛନ୍ତି। କାଡାଙ୍ଗବନ୍ଦର ବାସିନ୍ଦା କହିଛନ୍ତି ଯେ ଗୋଟିଏ ଡ୍ରୋନ୍‌ରୁ ଘର ଉପରେ ବୋମା ମଧ୍ୟ ପକାଯାଇଥିଲା। ଡ୍ରୋନରେ ବୋମା ଫିଙ୍ଗୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ବେଳେ ଲୋକମାନେ ଭୟରେ ଦୌଡ଼ୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କୁକି-ଜୋ ସମ୍ପ୍ରଦାୟର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ପୁଣି ଉତ୍ତେଜନା ସରକାରଙ୍କ ଚିନ୍ତା ବଢ଼ାଇଛି। କୁକି-ଜୋ ସମ୍ପ୍ରଦାୟର ସଦସ୍ୟମାନେ ଏକ ସ୍ୱତନ୍ତ୍ର ପ୍ରଶାସନ ଦାବିରେ ତିନୋଟି ରାଲି କରିଛନ୍ତି, ଯେଉଁଥିରେ କେତେକ ଆପତ୍ତିଜନକ ମନ୍ତବ୍ୟ ଯୋଗୁଁ ଉତ୍ତେଜନା ବଢ଼ିଛି। ଆଦିବାସୀ ଅଧ୍ୟୁଷିତ ଚୁରାଚାନ୍ଦପୁର, କାଙ୍ଗପୋକ୍ପି ଓ ତେଙ୍ଗନୁପାଲ ଜିଲ୍ଲାର ଲିଶାଙ୍ଗ, କିଥେଲମାନବୀ ଓ ମୋରେହଠାରେ କୁକି ଓ ମୈତେଇ ସଂପ୍ରଦାୟ ମଧ୍ୟରେ ପୁଣି ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି।

Tags: