ମଣିପୁରରେ ଉଗ୍ରବାଦ ରୋକିବାକୁ ସର୍ଜିକାଲ ଷ୍ଟ୍ରାଇକ୍ କରିବା ଉଚିତ : ଏନ୍ପିପି ନେତା
ଇମ୍ଫାଲ : ମଣିପୁରରେ ବେଆଇନ ଆପ୍ରବାସୀ ଏବଂ ଉଗ୍ରବାଦ ସମସ୍ୟାର ସମାଧାନ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ମଣିପୁରରେ ବିଜେପିର ମେଣ୍ଟ ସହଯୋଗୀ ଏନ୍ପିପି (ନେସନାଲ ପିପୁଲ୍ସ ପାର୍ଟି) ନେତା ଏମ୍ ରାମେଶ୍ବର ସିଂହ କହିଛନ୍ତି। ରାମେଶ୍ବରଙ୍କ ଅନୁଯାୟୀ ଗୃହମନ୍ତ୍ରୀଙ୍କ ଟିପ୍ପଣୀରୁ ଏହା ସ୍ପଷ୍ଟ ହୋଇସାରିଛି ଯେ କିଛି ବେଆଇନ କୁକି ଉଗ୍ରପନ୍ଥୀ, ଆପ୍ରବାସୀ ସୀମା ପାର କରି ରାଜ୍ୟକୁ ଆସିଛନ୍ତି। ଏହାଦ୍ବାରା ଜାତୀୟ ସୁରକ୍ଷାରେ ସାଲିସ […]
ଇମ୍ଫାଲ : ମଣିପୁରରେ ବେଆଇନ ଆପ୍ରବାସୀ ଏବଂ ଉଗ୍ରବାଦ ସମସ୍ୟାର ସମାଧାନ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ମଣିପୁରରେ ବିଜେପିର ମେଣ୍ଟ ସହଯୋଗୀ ଏନ୍ପିପି (ନେସନାଲ ପିପୁଲ୍ସ ପାର୍ଟି) ନେତା ଏମ୍ ରାମେଶ୍ବର ସିଂହ କହିଛନ୍ତି। ରାମେଶ୍ବରଙ୍କ ଅନୁଯାୟୀ ଗୃହମନ୍ତ୍ରୀଙ୍କ ଟିପ୍ପଣୀରୁ ଏହା ସ୍ପଷ୍ଟ ହୋଇସାରିଛି ଯେ କିଛି ବେଆଇନ କୁକି ଉଗ୍ରପନ୍ଥୀ, ଆପ୍ରବାସୀ ସୀମା ପାର କରି ରାଜ୍ୟକୁ ଆସିଛନ୍ତି। ଏହାଦ୍ବାରା ଜାତୀୟ ସୁରକ୍ଷାରେ ସାଲିସ ହୋଇଛି। ତେଣୁ ଏଭଳି ସ୍ଥିତିରେ ମଣିପୁର ଏବଂ ସମଗ୍ର ରାଷ୍ଟ୍ରକୁ ସୁରକ୍ଷା ଦେବା ଗୁରୁତ୍ବପୂର୍ଣ୍ଣ। ସମସ୍ୟାର ସମାଧାନ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ଭଳି କିଛି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଉଲ୍ଲେଖଯୋଗ୍ୟ, ମଣିପୁର ସରକାର ମିଆଁମାରରୁ ଆସି ରାଜ୍ୟରେ ରହୁଥିବା ସମସ୍ତ ବେଆଇନ ଆପ୍ରବାସୀଙ୍କର ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଜୁଲାଇରେ ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ୭୦୦ ବେଆଇନ ଆପ୍ରବାସୀ ରାଜ୍ୟକୁ ପ୍ରବେଶ କରିଥିବା ଘଟଣାରେ ମଣିପୁର ସରକାର ଚିନ୍ତା ପ୍ରକଟ କରିଛନ୍ତି। ଗୃହ ବିଭାଗର ବିବୃତି ଅନୁଯାୟୀ ଜୁଲାଇ ୨୨ ଓ ୨୩ ତାରିଖରେ ୩୦୧ ଶିଶୁଙ୍କ ସମେତ ୭୧୮ ବେଆଇନ ଆପ୍ରବାସୀ ମଣିପୁରର ଚନ୍ଦେଲ ଜିଲ୍ଲାକୁ ପ୍ରବେଶ କରିଥିଲେ।




