ମଣିପୁରରେ ଇଣ୍ଟରନେଟ୍‌ ବନ୍ଦ ସଂକ୍ରାନ୍ତ ଆବେଦନର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମଣିପୁରରେ ଦୀର୍ଘ ଦିନ ଧରି ଇଣ୍ଟରନେଟ୍‌ ବନ୍ଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ୨ ଜଣ ମଣିପୁର ବାସିନ୍ଦା ଏହି ଆବେଦନ କରିଥିଲେ ଏବଂ ଆବେଦନର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଉକ୍ତ ମାମଲାର ଜରୁରୀ ଶୁଣାଣି ପାଇଁ ମନା କରିଦେଇଛନ୍ତି। ଜଷ୍ଟିସ ଅନିରୁଦ୍ଧ ବୋସ୍‌ ଏବଂ ରାଜେଶ ବିନ୍ଦଲଙ୍କ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି। ତେ‌ଣୁ ସମାନ ସମୟରେ ସୁପ୍ରିମକୋର୍ଟରେ […]

Samaya Live Picture
Published On

ନୂଆଦିଲ୍ଲୀ : ମଣିପୁରରେ ଦୀର୍ଘ ଦିନ ଧରି ଇଣ୍ଟରନେଟ୍‌ ବନ୍ଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ୨ ଜଣ ମଣିପୁର ବାସିନ୍ଦା ଏହି ଆବେଦନ କରିଥିଲେ ଏବଂ ଆବେଦନର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଉକ୍ତ ମାମଲାର ଜରୁରୀ ଶୁଣାଣି ପାଇଁ ମନା କରିଦେଇଛନ୍ତି। ଜଷ୍ଟିସ ଅନିରୁଦ୍ଧ ବୋସ୍‌ ଏବଂ ରାଜେଶ ବିନ୍ଦଲଙ୍କ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି। ତେ‌ଣୁ ସମାନ ସମୟରେ ସୁପ୍ରିମକୋର୍ଟରେ ଉକ୍ତ ମାମଲାର ଶୁଣାଣି ହେବାର କ’ଣ ଆବଶ୍ୟକତା ରହିଛି। ହାଇକୋର୍ଟରେ ଏନେଇ ଆବେଦନ କରିବାକୁ କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ମେ’ ୩ ତାରିଖରୁ ଇଣ୍ଟରନେଟ ସେବା ବନ୍ଦ ରହିଛି। ଚୋଙ୍ଗଥମ ଭିକ୍ଟର ସିଂହ ଏବଂ ମାୟେଙ୍ଗବମ ଜେମ୍ସ ଏନେଇ ଆବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମଣିପୁର ସରକାର ଗତ ମଙ୍ଗଳବାର ଦିନ ରାଜ୍ୟରେ ଇଣ୍ଟରନେଟ୍‌ ସେବା ଜୁନ୍‌ ୧୦ ତା‌ରିଖ ପର୍ଯ୍ୟନ୍ତ ପୁଣି ବୃଦ୍ଧି କରିଥିଲେ।

Tags: